କେନ୍ଦୁଝର ଜିଲ୍ଲାରେ ଓଡ଼ିଶାର ପ୍ରଥମ କରି ଆଇସିଡିଏସ ପ୍ରକଳ୍ପରେ ମାଣ୍ଡିଆ ଲଡୁକୁ ସାମିଲ

କେନ୍ଦୁଝର, (ଓ୍ୱାଇଏନ୍‌ଏସ୍‌): ଓଡ଼ିଶା ରେ ପ୍ରଥମ ,ପୃଷ୍ଟିଶସ୍ୟର ଶକ୍ତିରେ ପିଲାମାନେ ହେବେ ଶକ୍ତିଶାଳୀ , ମାଣ୍ଡିଆ ଲଡୁକୁ ଶିଶୁଙ୍କ ସକାଳ ଜଳଖିଆ ରେ ସାମିଲ । କେନ୍ଦୁଝର, ଏନ ଏନ ଏସ ,2/7/2020-କେନ୍ଦୁଝର ଜିଲ୍ଲାରେ ଓଡ଼ିଶାର ପ୍ରଥମ କରି ଆଇସିଡିଏସ ପ୍ରକଳ୍ପରେ ଶିଶୁ ମାନଙ୍କ ସକାଳ ଜଳଖିଆରେ ମାଣ୍ଡିଆ ଲଡୁକୁ ସାମିଲ କରାଯାଇଛି ।ଏଥିପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ରୁ ଅର୍ଥ ପ୍ରଦାନ କରାଯିବ । ଏହି କାଯ୍ୟକ୍ରମ ଗୁରୁବାର ଦରବାର ହଲ ଠାରେ ଉଦ୍ଘାଟିତ ହୋଇଯାଇଛି ।ଏହା ଓଡିଶା ମିଲେଟ ମିଶନ ଜରିଆରେ କାର୍ଯ୍ୟକାରୀ ହେବ । ପ୍ରଥମେ କେନ୍ଦୁଝର ସଦର ଆଇସିଡିଏସ ଅଧିନର 335 ଟି ଅଙ୍ଗନବାଡି କେନ୍ଦ୍ରରେ ପାଇଲଟ ଫେଜ ଭାବେ 2 ମାସ ପାଇଁ କାର୍ଯ୍ୟକାରୀ ହେବ । ପରବର୍ତୀ ସମୟରେ ସେପ୍ଟେମ୍ବର ମାସ ରୁ ଜିଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରର 100000 ଶିଶୁଙ୍କୁ ଏହି ଯୋଜନାରେ ସାମିଲ କାରାଯିବ । ଏହି ଯୋଜନାରେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା 3 ରୁ 6 ବର୍ଷ ବୟସର ଶିଶୁଙ୍କୁ ସପ୍ତାହରେ 2 ଟି ଲେଖାଏଁ ମାଣ୍ଡିଆ ଲଡୁ ଦିଆ ଯିବ । ଏହି ଯୋଜନା ରେ ଜିଲ୍ଲା ଖଣିଜ ପାଣ୍ଠି ରୁ ବାର୍ଷିକ 1.50 କୋଟି ଟଙ୍କା ଖର୍ଚ୍ଚ କରାଯିବ । ବର୍ତମାନ କେନ୍ଦୁଝର ଜିଲ୍ଲାର 7 ଟି ବ୍ଲକରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଜିଲ୍ଲାର 1600 ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବା କୁ ଯୋଜନା ରହିଛି । ଏଥିରେ ବର୍ଷକୁ ପ୍ରାୟ 1000 କୁଇଣ୍ଟାଲ ମାଣ୍ଡିଆ ଆବଶ୍ୟକ ହେବ ବୋଲି ସୂଚନା ଦିଆଯାଇଛି । ବର୍ତମାନ କ ରୋନା ପରିସ୍ଥିତି କୁ ଦେଖି ପିଲା ମାନଙ୍କର ପୃଷ୍ଟିହୀନତା କୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ମାଣ୍ଡିଆ ଲଡୁ ପିଲାଙ୍କୁ ଦିଆଯିବ । ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେ , ଡିଏମଫ ମୁଖ୍ୟ ନିର୍ବାହୀ ଅଧିକାରୀ ଡ଼ ଉଦ୍ଧବ ଚରଣ ମାଝୀ ,ରାଜ୍ୟ ମିଲେଟ ମିଶନ ଅଧିକାରୀଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ