ବିଛଣା ଛାଡିବା ପରେ ଏଭଳି କାମ କରନ୍ତୁ

କୁହାଯାଏ, ଦିନର ଆରମ୍ଭ ଭଲରେ ହେଲେ ପୂରା ଦିନ ଭଲରେ କଟିଥାଏ । ଆସନ୍ତାକାଲି କେମିତି ଭଲରେ କଟିବ ତାକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି । ବିଶେଷ କରି ଯୁବବର୍ଗଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ । ଦିନ ଭଲରେ କଟିବା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ । ତଥାପି ଏମିତି କିଛି ଉପାୟ ଅଛି ଯାହାକୁ ଆପଣାଇଲେ ଆପଣଙ୍କ ଦିନ ଭଲରେ କଟିପାରିବ । ସକାଳୁ ଉଠି ଅଧୁଆ ମୁହଁରେ ଆଇନା ଦେଖନ୍ତୁ ନାହିଁ । ଏପରି କଲେ ପୂରା ଦିନଟି ଖରାପରେ କଟିବ ବୋଲି ବିଶ୍ୱାସ କରାଯାଏ । ମନରେ ନକାରାତ୍ମକ ଭାବନା ବି ସୃଷ୍ଟି ହୋଇପାରେ ।ବିଛଣା ଛାଡ଼ିବା ପରେ କାହା ମୁହଁ ନ ଚାହିଁଲେ ଭଲ । ଏହା ଶୁଭ ସଙ୍କେତ ଦେଇନଥାଏ ବୋଲି ବିଶ୍ୱାସ କରାଯାଏ ।
ବିଛଣା ଛାଡ଼ିବା ପରେ ପ୍ରଥମେ ନିଜ ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ । ନିଜ ପାପୁଲିକୁ ଦେଖି ଭଗବାନଙ୍କୁ ପ୍ରାର୍ଥନା କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ଓ ଦିନ ଭଲରେ କଟିଥାଏ ।ବିଛଣା ଛାଡ଼ିବା ପରେ ନଡ଼ିଆ, ଶଙ୍ଖ, ମୟୂର, ହଂସ ଓ ଫୁଲ ଦେଖିଲେ ଭଲରେ କଟିଥାଏ ଦିନ ।ସକାଳୁ ଉଠିବା ସମୟରେ ମନ୍ଦିରର ଘଣ୍ଟି ଓ ଶଙ୍ଖ ଶୁଣିବାକୁ ମିଳିଲେ ସକାରାତ୍ମକ ପ୍ରଭାବ ସଞ୍ଚାର ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ