ଶୁଣିଲାନି ପ୍ରଶାସନ, ସାହିଲୋକେ କଲେ ରାସ୍ତା ନିର୍ମାଣ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ସୋସୋ ଗ୍ରାମର ଦେହୁରୀସାହି । ସାହିରେ ୮୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ଆଜି ପର୍ଯ୍ୟନ୍ତ ସାହି ଭିତରକୁ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିଲାନି । ଫଳରେ ଗାଁ ଲୋକେ ନାନା ଅସୁବିଧା ଭୋଗ କରିଆସୁଥିଲେ । ଏମିତିକି ଅଙ୍ଗନବାଡି ଓ ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ଆସିବାରେ ନାନା ଅସୁବିଧା ଭୋଗକରୁଛନ୍ତି । ଏନେଇ ସେମାନେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଆସୁôତଲେ ମଧ୍ୟ କେହି ଏହାକୁ ଗୁରୁତ୍ୱ ଦେଇ ନଥିଲେ । ଫଳରେ ଆଜି ଗ୍ରାମର ଅରୁଣ ଭୁତିଆ, ଅମୁଲ୍ୟ ଭୁତିଆ, ସୌମ୍ୟରଞ୍ଜନ ଭୁତିଆ, ଗଧିଆ ଦେହୁରୀ, ବୁଲା ଦେୁହରୀ, ହରିଆ ଦେହୁରୀ, ରାଧା ଦେହୁରୀ, ଜଗତ ଦେହୁରୀ, ହୃଷିକେଶ ନାହାକଙ୍କ ସମେତ ଅନେକ ଗ୍ରାମବାସୀ ନିଜ ସାଧ୍ୟମତେ ସାହିରାସ୍ତାକୁ ନିର୍ମାଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ