ନିବେଶ ପରିଚାଳନା ବୋର୍ଡ଼ ପାଇଁ ଯୋଗ୍ୟ ବ୍ୟକ୍ତି ବାଛିବାକୁ କମିଟି ଗଠନ

ନୂଆଦିଲ୍ଲୀ : ରାଜପଥ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ସୁଗମ କରିବାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍‌ଏଚ୍‌ଏଆଇ ଏକ ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଇନ୍‌ଭିଟ୍‌ ଗଠନ କରିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସ୍ତାବର ଅଂଶସ୍ୱରୂପ ଏକ ନୂଆ କଂପାନୀ ଗଠନ କରାଯିବ ଏବଂ ତାହା ପ୍ରସ୍ତାବିତ ଟ୍ରଷ୍ଟର ନିବେଶ ପରିଚାଳକଭାବେ କାମ କରିବ । ଏହି ଇନ୍‌ଭିଟ୍‌ ଦେଶରେ ଉଭୟ ସରକାରୀ ଓ ଅର୍ଦ୍ଧସରକାରୀ କ୍ଷେତ୍ରରେ ସର୍ବପ୍ରଥମ । ନିବେଶ ପରିଚାଳନା ପାଇଁ ଏହାର ଏକ ଉତ୍ତମ ବୃତ୍ତିଗତ ପରିଚାଳନା ବ୍ୟବସ୍ଥାର ଆବଶ୍ୟକତା ରହିଛି । ସେଥିପାଇଁ ଏକ ନିବେଶ ପରିଚାଳନା ବୋର୍ଡ ଗଠନ କରାଯିବ । ଏଥିପାଇଁ ଜଣେ ଅଧ୍ୟକ୍ଷ ଓ ଦୁଇଜଣ ସ୍ୱାଧୀନ ନିର୍ଦେଶକଙ୍କୁ ନିଯୁକ୍ତି ଦିଆଯିବ । ଏହି ୩ଟି ପଦ ପାଇଁ ଅତ୍ୟନ୍ତ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ମନୋନୀତ କରିବା ନିମନ୍ତେ ଏକ ସର୍ଚ୍ଚ କମ୍‌ ସିଲେକ୍‌ସନ କମିଟି ଗଠନ କରାଯାଇଛି । ଜାତୀୟ ରାଜପଥ ପ୍ରାଧିକରଣର ଅଧ୍ୟକ୍ଷ ଡଃ ସୁଖବୀର ସିଂହ ସାନ୍ଧୁ ଏହାର ଆବାହକ ନିଯୁକ୍ତ ହୋଇଛନ୍ତି । ଏହି କମିଟିରେ ଏଚ୍‌ଡିଏଫ୍‌ସିର ଅଧ୍ୟକ୍ଷ ଦୀପକ ପରେଖ, ଆଇସିଆଇସି ବ୍ୟାଙ୍କର ଚେୟାରମ୍ୟାନ ଗିରୀଶଚନ୍ଦ୍ର ଚତୁର୍ବେଦୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ପୂର୍ବତନ ସଚିବ ସଂଜୟ ମିତ୍ର ସଦସ୍ୟ ଅଛନ୍ତି । ବୋର୍ଡ ଗଠନର ଉଦେଶ୍ୟ ହେଲା ପ୍ରସ୍ତାବିତ ନିବେଶ ଟ୍ରଷ୍ଟ ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ କରିବା ସହ ପୂର୍ଣ୍ଣାଙ୍ଗ ହୋଇଥିବା ରାଜପଥଗୁଡିକୁ ବ୍ୟବହାରରେ ଲଗାଇବା ଏବଂ ଏହି ଟ୍ରଷ୍ଟକୁ ପେସାଦାରୀ ଢଙ୍ଗରେ ଚଳାଇବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ