ଓଲଟିଲା କପା ବୋଝେଇ ଟ୍ରକ: ଡ୍ରାଇଭର, ହେଲପର୍ ଫେରାର
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଗଞ୍ଜାମ ତପ୍ତପାଣି ନିକଟସ୍ଥ ପାଳୁଖୁଲା ଗାଁ ନିକଟସ୍ତ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତ କଟରେ ଓଲଟିଲା ଟ୍ରକ । ଘଟଣା ରୁ ପ୍ରକାଶ ମୋହନା ପଟୁ ଯାଉଥିବା କପା ବୁଝାଇ ଟ୍ରକ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ରାସ୍ତାରୁ ତଳକୁ ଖସି ଓଲଟି ପଡ଼ିଛି । ଟ୍ରକ୍ ଓଲଟି ପଡିବା ପରେ ଘଟଣା ସ୍ଥଳରୁ ଚାଳକ ଓ ହେଲ୍ପର ଫେରାର ଥିବାଜଣାପଡ଼ିଛି ।


