୧୧ ବିଧାୟକ ଙ୍କୁ ଅଯୋଗ୍ୟ ଘୋଷଣା
(ଯୁଗାବ୍ଦ ନ୍ୟୁଜ )ଥମୁନି କର୍ଣ୍ଣାଟକ ରାଜନୈତିକ ଡ୍ରାମା । ପୁଣିମୋଡ ବଦଳାଉଛି କର୍ଣ୍ଣାଟକ ରାଜନୈତିକ ପରିସ୍ଥିତି ଆଜି ୧୪ ଜଣ ବିଦୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି । ଅଯୋଗ୍ୟ ଘୋଷଣା ହୋଇଥିବା ବିଧାୟକ ମାନେ ଚଳିତ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଆଉ ନିର୍ବାଚନ ଲଢିପାରିବେ ନାହଁ । ଏମାନଙ୍କ ମଧ୍ୟରେ ୧୧ଜଣ କଂଗ୍ରେସ ବିଧାୟକ ଥିଲା ବେଳେ ୩ଜଣ ଜେଡିଏସର ବିଧାୟକଚ୍ଛନ୍ତି । ଦଳବଦଳ ଆଇନ ଅନୁସାରେ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି । କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦବୀ ରୁ ଇସ୍ତଫା ଦେଲା ପରେ ବିଜେପି ନେତା ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସୋମବାର ଦିନ କର୍ଣ୍ଣାଭୋଟ ବିଧାନସଭାରେ ଆସ୍ଥାଭୋଟ ଲୋଡିବେ ୟେଦୁ ।


