ବିଧାୟକ ଶଶୀଭୂଷଣଙ୍କୁ କୃତଜ୍ଞତା

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍): ୧୮୬୯ ମସିହା ମାର୍ଚ୍ଚ ମାସ ୧୦ତାରିଖରେ ପ୍ରତିଷ୍ଠିତ କେନ୍ଦ୍ରାପଡା ପୈାରସଂସ୍ଥା ରାଜ୍ୟର ସର୍ବ ପ୍ରଥମ ପୈାରସଂସ୍ଥା ହୋଇଥିବା ବେଳେ ଏହି ପୈାରସଂସ୍ଥାର ଆଖିଦୃଶିଆ ବିକାଶ ହୋଇପାରି ନାହିଁ । ଦେଢଶହ ବର୍ଷ ପ୍ରତିଷ୍ଠାର ପୂର୍ତ୍ତି ପାଳନ କରିବାକୁ ଯାଉଥିବା ଏହି ପୈାରସଂସ୍ଥାକୁ ସ୍ୱତନ୍ତ୍ର ପ୍ୟାକେଜ ଯୋଗାଇ ଦେବାକୁ ଓଡିଶା ବିଧାନସଭାରେ ଦାବି ଉଠିଥିଲା । ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗନେଇ ମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ସର୍ବ ପୁରାତନ ପୈାରସଂସ୍ଥା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଦାବି କରିଥିଲେ । ଉନ୍ନୟନ କ୍ଷେତ୍ରରେ ବହୁ ପଛରେ ପଡିଥିବା ତଥା ଅବହେଳିତ ହୋଇଥିବା ରାଜ୍ୟର ସର୍ବ ପୁରାତନ ପୈାରସଂସ୍ଥା ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଆବଶ୍ୟକତା ଥିବା ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମଧ୍ୟ କେନ୍ଦ୍ରାପଡା ବିଧାୟକଙ୍କୁ ସମର୍ଥନ କରି ଦାବି ଜଣାଇଥିଲେ । କେନ୍ଦ୍ରାପଡା ପୈାରସଂସ୍ଥାର ଉନ୍ନତି ନିମନ୍ତେ ବିଧାନସଭାରେ ଦାବି କରିଥିବାରୁ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଓ ରାଜନଗର ବିଧାୟକ ଶ୍ରୀ ସାହୁଙ୍କୁ ବିଜେଡି ଆଇନଜୀବି ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ ସାମ୍ମୁଖ୍ୟ ସଦସ୍ୟ ସଞ୍ଜୟ କୁମାର ଜେନା,ଜିଲ୍ଲା ଆବାହକ ଭୀମସେନ ଭୂୟାଁ,ଅରୁଣ କୁମାର ଦାସ,ଗୋକୁଳିରଞ୍ଜନ ଦାସ,ମାନସ କୁମାର ଧଳ,ନିରଞ୍ଜନ ବଳ,ମନୋଜ କୁମାର ସାହୁ, ଧିରେନ୍ଦ୍ର କୁମାର ଦାସ,ଶେଷଦେବ ଦାସ ପ୍ରମୁଖ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରାପଡାର ସାମୁହିକ ଦାବିକୁ ବିଧାନସଭାରେ ଉପସ୍ଥାପନ କରିଥିବାରୁ ୨ ବିଧାୟକଙ୍କୁ କେନ୍ଦ୍ରାପଡାବାସୀ ସବୁଦିନ ମନେରଖିବେ ବୋଲି ଜିଲ୍ଲା ବିଜେଡି ଆଇନଜୀବି ସାମ୍ମୁଖ୍ୟ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ