ବ୍ରହ୍ମପୁରରେ ୟୁଥଫେଷ୍ଟ ଅନୁଷ୍ଠିତ
(ଯୁଗାବ୍ଦ ନ୍ୟୁଜ) ରେଶମ ସହର ବ୍ରହ୍ମପୁର ରେ ଏମ -୨,ଜେ-୨,ଜି ପକ୍ଷରୁ ସଂସ୍କୃତି ଭବନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ୟୁଥଫେଷ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଫେଷ୍ଟ ରେ ଓଲିଉଡର ଅଭିନେତ୍ରୀ ସିତଲ ଯୋଗଦେଇ ଉତ୍ସବ ରେ ଚାରଚାନ୍ଦ ଲଗାଇଥିଲେ । ଏଥି ସହିତ ଓଡିଆ ସିରିୟଲ ର ନାମିଦାମୀ କଳାକାର ଯୋଗ ଦେଇ ଦର୍ଶକ ମାନଙ୍କ ଶୁଭେଚ୍ଚା ସାଉଣ୍ଟି ଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ନପୁର ବିଧାୟକ ବିକ୍ରମ ପଣ୍ଡା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ,ବିଡିଏ ର ପୂର୍ବତନ ଅଧକ୍ଷ୍ୟ ସୁବାଷ ମହାରଣା , ସ୍ଥାନୀୟ ପୂର୍ବତନ କର୍ପୋରେଟର ଡି.ତିରୁପତି ପାତ୍ର ଯୋଗ ଦେଇ ରେ ଏମ -୨,ଜେ-୨,ଜି ଏଭଳି ଏକ ପୋଗ୍ରାମ ବ୍ରହ୍ମପୁରରେ ଆୟୋଜନ କରିଥିବାରୁ ସଂସ୍ଥା କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଳାକାର ମାନଙ୍କ ସୃଜନଶୀଳ ବୃଦ୍ଧି ରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷରେ କୁନି କଳାକାର ମାନଙ୍କ ଦ୍ୱାରା ଡ୍ୟାନ୍ସ, ସଙ୍ଗୀତ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ ।


