ଘରେ ରହି ସୁସ୍ଥ ହେଉଛନ୍ତି କରୋନା ରୋଗୀ: ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ ଘରେ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଯାହା ଫଳରେ ଏବେ ଅଧିକରୁ ଅଧିକ ରୋଗୀ ଘରେ ସୁସ୍ଥ ହେଉଛନ୍ତି । ସମ୍ପ୍ରତି ଡାକ୍ତରଖାନାରେ କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ୧୦,୦୦୦ଶଯ୍ୟା ଖାଲି ପଡିଛି ବୋଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। “ଦିଲ୍ଲୀର କମ୍ ଲୋକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ କରୁଛନ୍ତି, ଅଧିକରୁ ଅଧିକ ଲୋକ ଘରେ ସୁସ୍ଥ ହେଉଛନ୍ତି। ଗତ ସପ୍ତାହରେ ଦୈନିକ ପ୍ରାୟ ୨୩୦୦ନୂତନ ରୋଗୀ ଥିବାବେଳେ ଡାକ୍ତରଖାନାର ରୋଗୀଙ୍କ ସଂଖ୍ୟା ୬୨୦୦ରୁ ୫୩୦୦କୁ ଖସିଛି। ଆଜି ସୁଦ୍ଧା ୯୯୦୦ କରୋନା ଶଯ୍ୟା ଖାଲି ରହିଛି ବୋଲି ସେ ଟ୍ୱିଟରରେ କହିଛନ୍ତି। ସୂଚନା ମୁତାବକ, ଶନିବାର ଦିନ ଜାତୀୟ ରାଜଧାନୀରେ କୋଭିଡ -୧୯ର ୨,୫୦୫ ନୂତନ ମାମଲା ରେକର୍ଡ ହୋଇଥିଲା, ଯାହା ପରେ ସହରରେ ମୋଟ ସଂକ୍ରମଣ ସଂଖ୍ୟା ୯୭,୨୦୦କୁ ବୃଦ୍ଧି ପାଇଥିଲା। ଏହା ସହ ୨,୬୩୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ, ଯାହାକୁ ମିଶାଇ ଦିଲ୍ଲୀରେ ମୋଟ ସୁସ୍ଥ ସଂଖ୍ୟା ୬୮,୨୫୬ ରେ ପହଞ୍ଚିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ