ଦି ଗ୍ରେଟ୍ ଫ୍ରେଣ୍ଡସ ଗ୍ରୁପ୍ ନେତୃତ୍ଵରେ ବୃକ୍ଷରୋପଣ

ଗାଙ୍ଗପୁର( ଯୁଗାବ୍ଦ ନ୍ୟୁଜ) : ଦି ଗ୍ରେଟ୍ ଫ୍ରେଣ୍ଡସ ଗ୍ରୁପ୍ ନେତୃତ୍ଵରେ ସ୍ଵର୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବୋରୀ-ଦିଗୀ ରାସ୍ତା ପାର୍ଶ୍ଵରେ ୧୧୫ଟି ଚାରା ରୋପଣ କରାଯାଇଛି । ପ୍ରକୃତି ଏବଂ ବୃକ୍ଷକୁ ଭଲ ପାଉଥିବା ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାରୁ ଉତ୍ସବକୁ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରିବାର ନିଷ୍ପତ୍ତି ନେଇ ବୃକ୍ଷରୋପଣ କାର୍ୟ୍ୟକ୍ରମ ଦ୍ୱାରା ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । କାର୍ୟ୍ୟକ୍ରମ ଆରମ୍ଭରେ ସ୍ଵର୍ଗତ ଦାସଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସେ ଭଲ ପାଉଥିବା ପ୍ରକୃତିକୁ ସୁରକ୍ଷିତ ରଖିବାପାଇଁ ଗ୍ରୁପ୍ ସଦସ୍ୟମାନେ ସଂକଳ୍ପ ନେଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଗାଙ୍ଗପୁର ବନରକ୍ଷୀ ଭେଙ୍କଟ ରାଓ ଦୋରା ଉପସ୍ଥିତ ଥିଲାବେଳେ ଗ୍ରୁପ୍ ତରଫରୁ ଶିବ ପ୍ରସାଦ ପାତ୍ର, ଶିଶିର ସ୍ୱାଇଁ, ଅମର ବିଶୋଇ , କରୁଣାକର ବିଶୋଇ , ନାରାୟଣ ବେହେରା, ଅଜିତ ବୀଶୋଇ, କବିରାଜ ସେଠୀ, ନୀଳକଣ୍ଠ ବେହେରା, ସମୀର ବିଷୋୟୀ, ଚିନ୍ମୟ ପୋଲାଇ, ଉମେଶ ବରଡ଼ , ସୁନୀଲ ବୀଶୋଇ, ସୁନୀଲ ବେହେରା , କାହ୍ନୁ ବୀଶୋଇ, ସୁରଜ ବେହେରା, ନବୀନ ସ୍ଵାଇଁ, ଅନିଲ୍ ପୋଲାଇ, କୃଷ୍ଣ ବୀଶୋଇ, କାହ୍ନୁ ଗୌଡ଼, ସନ୍ତୋଷ ନାୟକ, ସାଗର ଛାଟେଇ ,ଅବିନାଶ, ପୂର୍ଣ୍ଣଚନ୍ଦ୍ର, ପ୍ରମୁଖ ସହଯୋଗ କରିଥିବାବେଳେ ବିଦ୍ୟାଜ୍ୟୋତି ଟ୍ୟୁଟୋରିଆଲ୍ ର କୁନିକୁନି ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଗ୍ରୁପ୍ ତରଫରୁ ଏହିଭଳି ସମାଜ କଲ୍ୟାଣକାରୀ କାର୍ୟ୍ୟକ୍ରମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।


