ଭୁବନେଶ୍ୱରରେ ପୁଣି ୧୯ ପଜିଟିଭ

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଭୁବନେଶ୍ୱରରେ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯ ଓ ଲୋକାଲ କଣ୍ଟାକ୍ଟ କେସ ୧୦ ଜଣ ବୋଲି ଜଣାଯାଇଛି । ୧୦ ଜଣ ଲୋକାଲ କେସ ମଧ୍ୟରେ ୨ ଜଣ କୋଭିଡ ଯୋଦ୍ଧା ଅଛନ୍ତି । କଳ୍ପନା ଛକ ନିକଟ ଏକ ସରକାରୀ ଅଫିସର ୨ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହିପରି ବଡ଼ଗଡ଼ ନେତାଜୀ କ୍ଲବ ପାଖ ଜଣେ ୨୭ ବର୍ଷୀୟ ଯୁବକ ସଂକ୍ରମିତ ହୋଇଛନ୍ତି । ଭରତପୁର ତେଲୁଗୁସାହିର ଜଣେ ୬୦ ବର୍ଷ ମହିଳା ସଂକ୍ରମିତ ହୋଇଛନ୍ତି । ଘାଟିକିଆର ଜଣେ ୨୧ ବର୍ଷୀୟ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ-୪ ଏସସିପିସିଆର ଅଫିସ ପାଖରେ ଜଣେ ୨୪ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଘାଟିକିଆ ସିଇଟି କଲେଜ ପାଖର ଜଣେ ବ୍ୟାଙ୍କ କର୍ମଚାରୀ, ଝାରପଡ଼ା ମହାବୀର ନଗରର ଜଣେ ୩୦ ବର୍ଷୀୟ ବ୍ୟାଙ୍କ କର୍ମଚାରୀ ଓ ସୁନ୍ଦରପଦା ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକ କରୋନାରେ ସଂକ୍ରମିତ ହୋଇଛନ୍ତି । ପଳାସପଲ୍ଲୀ ଏୟାରପୋର୍ଟ ନିକଟରେ ଜଣେ ୩୧ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ୨ ଜଣ ସାମନ୍ତରାପୁର ନୂଆଗାଁ ଅଞ୍ଚଳର ବୋଲି ଜଣାଯାଇଛି । ଏହାଛଡ଼ା ୨ଟି ଘରୋଇ ହସ୍ପିଟାଲରୁ ୨ ଜଣ ଲେଖାଏଁ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ପାହାଳ ଓ ବରମୁଣ୍ଡାରୁ ଜଣେ ଲେଖାଏଁ ଏବଂ କେନ୍ଦ୍ରୀୟ ହସ୍ପିଟାଲରୁ ଜଣେ ଆ୍ରକାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୩ ଜଣ ଭୁବନେଶ୍ୱରରୁ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ