କରୋନା: ଆଘ୍ରାଣ, ସ୍ୱାଦ ବାରିବାର ଶକ୍ତି କମୁଛି

ମିଲାନ: କରୋନା ସଂକ୍ରମଣ ଯୋଗୁଁ ଅନେକ ଲୋକ ଆଘ୍ରାଣ ଏବଂ ସ୍ୱାଦ ବାରିବାର ଶକ୍ତି ହରାଉଛନ୍ତି । ଏ ପ୍ରକାର ଲକ୍ଷଣ କାହାଠାରେ ଦେଖାଦେଲେ ସେ କରୋନା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନେ୍ଦହ କରାଯାଉଛି । ଏହି ବିଷୟ ଉପରେ ଅଧ୍ୟୟନ କରିଥିବା ଇଟାଲୀର କିଛି ଗବେଷକ ଦାବି କରିଛନ୍ତି ଯେ ପ୍ରାୟ ୧୦% ରୋଗୀଙ୍କ ଆଘ୍ରାଣ ଏବଂ ସ୍ୱାଦ ବାରିବାର ଶକ୍ତି ମାସକ ଭିତରେ ଫେରୁନାହିଁ । ସେମାନେ ଇଟାଲୀର ୧୮୭ ଜଣ କରୋନା ରୋଗୀଙ୍କ ଉପରେ ଗବେଷଣା କରି ଏହା କହିଛନ୍ତି । ସେମାନଙ୍କ ଭିତରୁ ୧୩୩ ଜଣଙ୍କର ଆଘ୍ରାଣ ଓ ସ୍ୱାଦ ବାରିବାର ଶକ୍ତି ପ୍ରଭାବିତ ହୋଇଥିଲା । ୫୫ ଜଣ ଲୋକ କହିଥିଲେ ଯେ ସେମାନଙ୍କ ପାଖରେ ଏହି ଦୁଇଟି ଶକ୍ତି ପୁଣି ଫେରି ଆସିଛି । ଅର୍ଥାତ ସେମାନେ ପୁରା ସୁସ୍ଥ ହୋଇଯାଇଛନ୍ତି । ୪୬ ଜଣ କହିଛନ୍ତି ଯେ ସେମାନଙ୍କ ନିକଟରେ ଏହି ଦୁଇଟି ଶକ୍ତି ଧୀରେ ଧୀରେ ଫେରୁଛି । କିନ୍ତୁ ୧୨ ଜଣ କହିଛନ୍ତି ଯେ ମାସକ ପରେ ବି ସେମାନେ ଏହି ଦୁଇଟି ଶକ୍ତି ଫେରି ପାଇପାରୁନାହାନ୍ତି । ସେହିପରି ଯେଉଁମାନଙ୍କର ଅବସ୍ଥା ଗୁରୁତର ହୋଇଥିଲା ସେମାନଙ୍କ ପାଖରେ ଏହି ଦୁଇଟି ଶକ୍ତି ଫେରିବାକୁ ଅଧିକ ସମୟ ଲାଗିଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ