ଗଞ୍ଜାମ ଜିଲ୍ଳା ବରିଷ୍ଠ କଳାକାର ସଂଘର ପ୍ରଥମ ସ୍ୱନକ୍ଷତ୍ର ଦିବସ

ବ୍ରହ୍ମପୁର, (ଅନିଲ କୁମାର): ମଞ୍ଚଜ୍ୟୋତିର ପୌରାଣିକ ନାଟକ ମହୋତ୍ସବ ଚାଲିଥାଏ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ପ୍ରକାଶମ ହଲ୍ ପ୍ରେକ୍ଷାଳୟରେ । କାର୍ଯ୍ୟକ୍ରମର ତୃତୀୟ ଦିବସ ଅର୍ଥାତ୍ ରବିବାରର ସନ୍ଧ୍ୟାରେ ଞ୍ଚଜ୍ୟୋତିର ସଂପାଦକ ସୁବାସ ଚନ୍ଦ୍ର ସାହୁ, ଓଡିଶା ଚିତ୍ରାଳୟ ମାଲିକ ସଂଘର ରାଜ୍ୟ ସଂପାଦକ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଏବଂ ସୁନାମଧନ୍ୟ ବରିଷ୍ଠ ନୃତ୍ୟଶିଳ୍ପୀ ସୁବସ ଚନ୍ଦ୍ର ସାହୁଙ୍କ ଆବାହକତ୍ୱରେ ସ୍ଥାନୀୟ ସରକାରୀ ଭତ୍ତାଭୋଗୀ ବରିଷ୍ଠ କଳାକାରମାନଙ୍କର ବୈଠକଟିଏ ଅନୁଷ୍ଠିତ ହୋଇଥିଲା । ମାତ୍ର ୭ ଜଣକୁ ନେଇ ଗଢ଼ି ଉଠିଥିଲା ଏହି ସଂଘ ଦିନ କେତୋଟିରେ ପ୍ରଭୂତ ଲୋକପ୍ରିୟତା ହାସଲ କରିବା ସହିତ ଖୁବ୍ ବିସ୍ତୃତ ହୋଇପାରିଛି । ଜିଲ୍ଲା ସ୍ତରରେ ସଂଘ ପରିବ୍ୟପ୍ତ ହେବା ପରେ ପ୍ରକାଶମ ହଲ୍ ଠାରେ ଅନୁଷ୍ଠିତ ବୈଠକରେ ସଂଘ ପକ୍ଷରୁ “କଳାକାର କଲ୍ୟାଣ ପାଣ୍ଠି’ ଗଠିତ ହେଲା । ପୁନଶ୍ଚ ଓଡ଼ିଶାର ଅଞ୍ଚଳ ଭେଦରେ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ସଂଘ ପାରଳାଖେମୁଣ୍ଡି ଠାରେ ଗଠନ କରାଯାଇ ମହାସଂଘ ସଭାପତି ଡ. ତିରୁପତି ସାହୁଏବଂ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ ଦକ୍ଷିଣ ଓଡ଼ିଶାର କୋରାପୁଟ, ଜୟପୁର, ଫୁଲବାଣୀ, ଉଭରକୋଟ, ବାଲିଗୁଡ଼ା ଆଦି ଅଞ୍ଚଳରେ ଜିଲ୍ଲାସ୍ତରୀୟ ସଂଗଠନ ଗଠନ ପ୍ରାୟାସରେ ଲାଗିପଡିଥିଲେ । ତେବେ କରୋନା ମହାମାରୀ ମୁକାବିଲା ନିମନ୍ତେ ସରକାରୀ ସ୍ତରରେ ନିଆଯାଇଥିବା ବିଭିନ୍ନ କଟକଟା ଭିତରେ ମହାସଂଘର ତ୍ୱରାନ୍ୱିତଧାରା ସାମାନ୍ୟ ଧିମେଇ ଯାଇଥିଲେ ହେଁ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ସଂଗଠନ ପ୍ରସ୍ତୁତି କ୍ଷେତ୍ରରେ ସଂପୃକ୍ତ ଅଞ୍ଚଳରୁ ନିମନ୍ତ୍ରଣ ପାଇଥିବା ସଂଘର କାର୍ଯ୍ୟଧାରା ଲୋକପ୍ରିୟତାର ପରିଚୟ । ସଂଘ ପକ୍ଷରୁ ବୟସାଧିକ କଳାକାରଙ୍କ ନିକଟରେ ପହଞ୍ôଚ ଚଳିତ ଶକ୍ତିବିହୀନ କଳାକାରଙ୍କ ମନରେ ଆତ୍ମ ପ୍ରତ୍ୟୟ ଭରିଦେବା, ସଂସ୍କାର କାର୍ଯ୍ୟରେ ସହଯୋଗ କରିବା, ଅସହାୟ ଅବସ୍ଥାରେ କଳାକାରଙ୍କ ପ୍ରତି ସହାୟତାର ହାତ ବଢ଼ାଇବା, ମାଗଣା ଚିକିତ୍ସା ଶିବିରମାନ ଆୟୋଜନ କରିବା, ରଷ୍ଟ୍ରୀୟ କାର୍ଯ୍ୟକ୍ରମରେ ସହଭାଗୀ ହେବା, ଦକ୍ଷ କଳାକାରଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିବା, ପ୍ରତିଭାଧରଙ୍କୁ ପ୍ରୋତ୍ସାହିତ କରିବା ଆଦି କ୍ଷେତ୍ରରେ ସଂଘ ତାର କାର୍ଯ୍ୟାଧାରା ନିୟମିତ ଚାଲୁ ରଖିବା ସହିତ ମଞ୍ଚ ନାଟକ ଓ ଲୋକ ନାଟକ ତଥା ଲୋକକଳାର ପ୍ରଦର୍ଶନ କରିବା କ୍ଷେତ୍ରରେ ସଂଘ ଯଥାସାଧ୍ୟ ଆପଣା କର୍ତ୍ତବ୍ୟବୋଧରେ ସମ୍ପାଦନ କରିଆସୁଛି । ଏତଦ୍ ବ୍ୟତୀତ ଲୋକକଳା ଉତ୍ସବ, ସମାଜସଚେତନ କାର୍ଯ୍ୟକ୍ରମ ସହିତ କ୍ଷୁଦ୍ର ଚଳଚ୍ଚିତ୍ର କରୋନା ସୁଅରେ ଓଡ଼ିଆ ପୁଅ ଓ ଇତି କଳାକାର ଉବାଚ ଭଳି ଭିସିଡ଼ି ପ୍ରସ୍ତୁତ କରି ସଂସ୍କାର ପ୍ରୟାସ କାର୍ଯ୍ୟଧାରାରେ ସଂଘକୁ ନିୟୋଜିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ