ବନ୍ତ ଓ କେନ୍ଦୁଆପଦା ପୋଲିସର ଯାଞ୍ଚ କଡାକଡି: ୩ ହଜାର ଜୋରିମାନା ଆଦାୟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ରବିବାର ସମଗ୍ର ଭଦ୍ରକ ଜିଲ୍ଲା ସଟ୍ ଡାଉନ୍ ଥିବା ବେଳେ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ମାସ୍କ ଓ ହେଲମେଟ୍ ଯାଞ୍ଚ କଡାକଡି କରାଯାଇଛି । ବନ୍ତ ଥାନା ପକ୍ଷରୁ ମାସ୍କ ପିନ୍ଧି ନଥିବା ୨ ଜଣ ବ୍ୟକ୍ତିଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦା ଠାରେ ପୋଲିସ ପକ୍ଷରୁ ହେଲମେଟ୍ ଯାଞ୍ଚ କରାଯାଇ ୧୦ ଜଣଙ୍କ ଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।


