ଓସ୍ତା ତରଫରୁ ଦୁଇ ଶିକ୍ଷକ ଙ୍କ ଦେହାନ୍ତ ରେ ଗଭୀର ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସରକାରୀ ସ୍ତରରେ ଶିକ୍ଷକ ମାନଙ୍କୁ ଯଦିଓ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇନାହିଁ ତଥାପି ଶିକ୍ଷକମାନଙ୍କୁ କରୋନା ମୁକାବିଲାପାଇଁ ଦିଆଯାଇଥିବା ଦାୟିତ୍ୱ କୁ ସେମାନେ ଠିକ ଭାବେ ତୁଲାଇଛନ୍ତି l ଏପରିକି ରେଳଷ୍ଟେସନ ଠାରୁ ଆରମ୍ଭକରି ସଙ୍ଗରୋଧକେନ୍ଦ୍ର ପରିଚାଳନା ଓ ଘର ଘର ବୁଲି ସର୍ଭେକାର୍ଯ୍ୟ ମଧ୍ୟ କରିଛନ୍ତି l ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଭୂମିକା ଅତିଗୁରୁତ୍ୱପୂର୍ଣ ଥିବା କଥା କାହାକୁ ଅଛଫାନାହିଁ, ଏପିରିକି ପ୍ରବାସୀମାନଙ୍କ ସହ ସାମାନ୍ୟ କିଛି ପ୍ରତିରୋଧକ ବ୍ୟବସ୍ଥା ଭିତରେ ରହି ସଙ୍ଗରୋଧକେନ୍ଦ୍ର ପରିଚାଳନା କରି ଜିଲ୍ଲା ପ୍ରଶାସନ ଓ ଶିକ୍ଷାବିଭାଗ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଶୃଙ୍ଖଳିତଭାବେ କାର୍ଯ୍ୟକାରୀକରି ଆସୁଛନ୍ତି l ପ୍ରତିମୁହୂର୍ତ୍ତରେ ଭୟାନକ ମହାମାରୀ କରୋନା ର ମୁକାବିଲା ପାଇଁ ପରଦ୍ୱାର, ପିତାମାତା, ସ୍ତ୍ରୀ, ପିଲାଛୁଆ, ଓ ପରିବାର ଛାଡି ସରକାରୀ ନିର୍ଦେଶମାନି ଆସୁଥିବା ଶିକ୍ଷକ ସମାଜ ପାଇଁ ବର୍ତ୍ତମାନ ସୁଦ୍ଧା ଘୋଷଣା କରାନଯିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି l ଏହି କି ଏକ ଘଡିସନ୍ଦି ମୁହୂର୍ତ୍ତ ରେ ଗଞ୍ଜାମ ଜିଲ୍ଲାର ଦୁଇ ଶିକ୍ଷକବନ୍ଧୁ ସିମାଞ୍ଚଳ ଶତପଥି ଓ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଙ୍କ କରୋନା ସଂକ୍ରମିତ ମୃତ୍ୟୁ ସେମାନଙ୍କ ପରିବାର ପାଇଁ କେତେ ଯେ ଦୁଃଖଦାୟକ ତାହା ଅବର୍ଣ୍ଣନୀୟ l ଏକ ମାତ୍ର ପୁତ୍ର ର ମୃତ୍ୟୁ ରେ ପିତାମାତା ଙ୍କ ଆତ୍ମହତ୍ୟା ପରିସ୍ଥିତି କୁ ଅଣାୟତ କରିବା ସହ ସମଗ୍ର ଶିକ୍ଷକସମାଜ ପାଇଁ ଏହା ଏକ ଦୁଖଃଦ ଘଟଣା l ଏହି ଅବସରରେ ଦୁଇ ଶିକ୍ଷକବନ୍ଧୁ ଙ୍କ ଅମର ଆତ୍ମା ର ସଦ୍ଗତି କାମନା ସହ ସରକାର ଙ୍କ ତରଫରୁ ଉଭୟ ଙ୍କୁ କରୋନା ଯୋଦ୍ଧା ଘୋଷଣା କରି, ପୂର୍ବ ଘୋଷିତ ପ୍ରକାରେ ପ୍ରତ୍ୟେକ ପରିବାର କୁ ପଚାଶ ଲକ୍ଷ ଆର୍ଥିକ ସହାୟତା, ପୁତ୍ର ସନ୍ତାନ ଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା, ଓ ପରିବାର ର ଜଣ କୁ ସରକାରୀ ନିଯୁକ୍ତି ପ୍ରଦାନ ସହ ଆଗାମୀ ଅଗଷ୍ଟ ମାସ ୩୦ ତାରିଖ ପର୍ଯ୍ୟନ୍ତ କୌଣସି କରୋନା ଦାୟିତ୍ୱ ସିଧାସଳଖ ନ ଦେବାପାଇଁ ମତ ପ୍ରକାଶ ପାଇଥିଲା l ଏଥିରେ ଓସ୍ତା ରାଜ୍ୟ ଉପସଭାପତି ସନ୍ତୋଷ ଜେନା, ଜିଲ୍ଲା ସଂଘ କର୍ମକର୍ତ୍ତା ବିଜୟ କୁମାର ବେହେରା, ଅଶୋକ ଦଳେଇ, ବିଜୟ ଚନ୍ଦ୍ର ମହାରଣା, ବ୍ଲକ କର୍ମକର୍ତ୍ତା ଗୌରୀ ନନ୍ଦନ ହୋତା, ରବି ନାରାୟଣ ମହାନ୍ତି, ଓ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଜଗବନ୍ଧୁ ଜେନା ଦାବିକରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ