ବିଧାୟକଙ୍କୁ କରୋନା
ଭୁବନେଶ୍ୱର : ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାବ ଟେଷ୍ଟିଂରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି । ଶ୍ରୀ ନାୟକ ନିକଟ ଅତୀତରେ କେଉଁ କେଉଁମାନଙ୍କ ସହ ମିଶିଥିଲେ, କାହା ସହ ବୈଠକ କରିଥିଲେ, କେଉଁ ସ୍ଥାନ ପରିଦର୍ଶନରେ ଯାଇଥିଲେ ତାହାକୁ ନେଇ ଛାନଭିନ ଆରମ୍ଭ ହୋଇଯାଇଛି । କଂଟାକ୍ଟ ଟ୍ରେସିଂ ପରେ ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । କେଉଁମାନଙ୍କୁ ସଂଗରୋଧରେ ରଖାଯିବ ସେନେଇ ନିଷ୍ପତି ନିଆଯିବ । ଏନେଇ ଶ୍ରୀ ନାୟକ କହିଛନ୍ତିଯେ, ସେ କେମିତି କରୋନା ଆକ୍ରାନ୍ତ ହେଲେ ଜାଣିନାହାନ୍ତି । ସେ ଅନେକ ଲୋକ ସହ ମିଶିଥିଲେ । କାହା ଦ୍ୱାରା ସେ ଆକ୍ରାନ୍ତ ହୋଇଛନ୍ତି ସେନେଇ ସ୍ପଷ୍ଟ ଭାବେ ନୀଳଗିରି ବିଧାୟକ କିଛି କହିପାରିନାହାନ୍ତି । ତାଙ୍କ ନିକଟରେ ନିର୍ଦ୍ଧିଷ୍ଟ ସୂଚନା ନଥିବାବେଳେ ସେ କାହାକୁ ସନ୍ଦେହ ବି କରୁନାହାନ୍ତି । ଅପରପକ୍ଷରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନେତା, କର୍ମୀ ଓ ପ୍ରଶାସନିକ ଅଧିକାରୀ ଚିନ୍ତାରେ ପଡ଼ିଯାଇଛନ୍ତି ।


