ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ୨୮ଲକ୍ଷ ଟଙ୍କା ସହାୟତା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଶିକ୍ଷକ,ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କ ପକ୍ଷରୁ ଆଦାୟ କରାଯାଇଥିବା ୨୮ଲକ୍ଷ ୬ଶହ ୪୨ଟଙ୍କା ୯୨ପଇସାର ଏକ ଚେକ ମୁଖ୍ୟମନ୍ତ୍ରୀଙ୍କ କୋଭିଡ -୧୯ ରିଲିଫ ପାଣ୍ଠିକୁ ଆଜି ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ, ଜିଲ୍ଲା ଓଷ୍ଟା ସମ୍ପାଦକ ତପନ କୁମାର ସିଂ, ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା, ମୋ ସ୍କୁଲ ସଂଯୋଜକ ନିଶିଥ ବାରିକ, ଓଡିଶା ଓଷ୍ଟାର ପ୍ରାକ୍ତନ ସମ୍ପାଦକ ନିର୍ମଳ ନାୟକ, ଓଡିଶା ଓଷ୍ଟାର କାର୍ଯ୍ୟକାରୀ ସଦସ୍ୟ ପ୍ରଣବ କୁମାର ଜେନା, ମାର୍ଶାଘାଇ ବ୍ଲକ ଓଷ୍ଟା ସମ୍ପାଦକ ଭଗବାନ ସାହୁ, ଶିକ୍ଷକ ନେତା ବଙ୍କିମ ବିହାରୀ ମହାନ୍ତି, ବିଶିଷ୍ଟ ଶିକ୍ଷାବୀତ ତଥା ପରିବେଶବୀତ କାଶିନାଥ ରାଉତରାୟ, ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦିକା ସ୍ମିତାପ୍ରତିଭା ସାହୁ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସୀକ କାର୍ଯ୍ୟାଳୟରେ ଭେଟି ଆଜି ଏହି ଚେକ ପ୍ରଦାନ କରିଛନ୍ତି ।


