ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେପି ନେତାଙ୍କ ବିୟୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ପାରଳାଖେମୁଣ୍ଡି ପୌର ପରିଷଦର ପୂର୍ବତନ ନଗରପାଳ ତଥା ଜିଲ୍ଲା ବିଜେପିର ବରିଷ୍ଠ ନେତା ପି.କ୍ରିଷ୍ଣାଙ୍କ ବିୟୋଗ ଘଟିଛି । ସେ ଗତ ୪ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅବସ୍ଥା ଗତକାଲି ଗୁରୁତର ହେବାରୁ ତାଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ଜେମସ୍ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ସେଠାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଖବର ପାଇବା ପରେ ସମଗ୍ର ପାରଳାଖେମୁଣ୍ଡି ସହରରେ ଶୋକର ଛାୟା ଖେଳିଯାଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସେ ପାରଳା ପୌର ପରିଷଦର ନଗରପାଳ ଭାବେ ବେଶ ଉନ୍ନତମାନର କାର୍ଯ୍ୟ କରି ଲୋକଙ୍କ ପାଖରେ ଆଦରଣୀୟ ହୋଇ ପାରିଥିଲେ । ବର୍ତ୍ତମାନର ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ଜଣେ ଘନିଷ୍ଠ ସହେଯାଗୀ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର ତାଙ୍କ ବିୟୋଗରେ ବିଜେପି ଦଳର ଅପୁରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି । ସେ ଜଣେ ଦୃଢ ସଂଗଠକ ଏବଂ ସକ୍ରୀୟ କର୍ମୀ ଥିଲେ ବୋଲି ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ପାରଳା ବିଧାୟକ କେ.ନାରାୟଣ ରାଓ,ବରିଷ୍ଠ ନେତା ଜମିଦାର ପଟ୍ଟନାୟକ,ସିଦ୍ଧେଶ୍ୱର ମିଶ୍ର,ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିପରି ଅନ୍ୟ ରାଜନୈତିକ ଦଳର ନେତା ମଧ୍ୟ ତାଙ୍କ ବିୟୋଗ ପାଇଁ ଶୋକ ପ୍ରକାଶ କରିଛନ୍ତି । ପାରଳାଖେମୁଣ୍ଡି ଠାରେ ଥିବା ସମସ୍ତ ଜିଲ୍ଲାସ୍ତରୀୟ ସମସ୍ତ ସାମ୍ବାଦିକ ଯଥା,ଗରୁଡଧ୍ୱଜ ଚୌଧୁରୀ,ତାରିଣୀ ପ୍ରସାଦ ପଣ୍ଡା,ରଶ୍ମୀରଞ୍ଜନ ମିଶ୍ର,ଗଣେଶ ରାଜୁ,ଶିଶିର ଗୌଡ,ଦେବାଶିଷ ପାଢୀ,ଦ୍ୱିଜେନ ପାଢୀ,ଜଗଦୀଶ ପଣ୍ଡା,ସରୋଜ ପାଣିଗ୍ରାହୀ,ବୀରକିଶୋର ପଟ୍ଟନାୟକ,ଶ୍ରୀକାନ୍ତ ମହାରଣା,ରୁପେଶ ସାହୁ,ଗୋବିନ୍ଦ ଆଚାର୍ଯ୍ୟ,ବାସୁଦେବ ଦାସ,ଆଦର୍ଶ ଦାସ,ସୁଜିତ ବିଶୋୟୀ,ସରୋଜ ବୀର,ସୀତାନାଥ ପଣ୍ଡା,ଦିଲିପ କୁମାର ଶତପଥି,ଲୋକନାଥ ପଣ୍ଡା,ସନ୍ତୋଷ ପଟ୍ଟନାୟକ,ନାଗେଶ୍ୱର ମହାପାତ୍ର,ବିଜୟ ଗୌଡ,ଜିତେନ୍ଦ୍ର ବାରିକ,କୁଞ୍ଜବିହାରୀ ବଡକୁମର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।


