ସାନଖେମୁଣ୍ଡିରେ କରୋନା ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର କରୋନା ସଂକ୍ରମଣ ନେଇ ସମସ୍ତ ବିଭାଗୀୟ ଅଧିକାରୀ ସହ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଆଲୋଚନା କରି ସମୀକ୍ଷା କରିଛନ୍ତି । ସାନଖେମୁଣ୍ଡି ଅଞ୍ଚଳରେ ହୁ ହୁ ହୋଇ କରୋନା ବଢ଼ୁଥିବା ହେତୁ ଜିଲ୍ଲା ପ୍ରଶାସନର ତତ୍ପରତା ହୋଇ କରୋନା ସଚେତନତା ବ୍ୟାପକ କରିବା ସହ ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ପ୍ରସ୍ତୁତ ରଖି କରୋନାର ପ୍ରାଥମିକ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋଭିଡ଼ କେୟାର ହୋମରେ ରଖିବା ସହ ଔଷଧ ଡାକ୍ତର ରହିବା ନେଇ ଗୁରୁତ୍ୱ ଦେଇଛନ୍ତି । ଏହି ସମୀକ୍ଷାରେ ପାଟପୁର, କଙ୍କୋରଡ଼ା, ଡ଼େଙ୍ଗାଡ଼ି, କଉଡିଆ,ଆଡ଼ପଡ଼ା, ଖଲିଙ୍ଗି, ସିଙ୍ଗିପୁର, ପୋଡ଼ମାରି, ଏରେଣ୍ଡ୍ରା ପଞ୍ଚାୟତ ଗୁଡିକରେ ହୁହୁ ହୋଇ କରୋନା ପଜିଟିଭ ବଢ଼ୁଥିବା ଯୋଗୁଁ ଏହି ପଞ୍ଚାୟତର ସରପଞ୍ଚମାନଙ୍କୁ ସଜାଗ ରହି ଏହାର ମୁକାବିଲା କରିବା ପାଇଁ ଗ୍ରାମର ଯୁବଗୋଷ୍ଠୀଙ୍କୁ ସାମିଲ କରି ଘର ଘର ବୁଲି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମେଡିକାଲ ପଠାଇବା ପାଇଁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ମାନଙ୍କରେ କୋଭିଡ଼ କେୟାର ହୋମ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ । ଜୁଲାଇମାସରେ ସଂକ୍ରମଣ ଦୃଢ଼ତାର ସହ ମୁକାବିଲା କରିବା ପାଇଁ ଉପସ୍ଥିତ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ଉପଜିଲ୍ଲାପାଳ । ଏହି ସମୀକ୍ଷା ବୈଠକରେ ସହଦେବ ପ୍ରଧାନ, ଅରୁଣ ସ୍ୱାଇଁ, ପ୍ରଭାକର ପାଣିଗ୍ରାହୀ, ପ୍ରମୋଦ ନାୟକ, ସଞ୍ଜୟ ରାଉତ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ମାସ୍କ ଓ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ଏହି ବୈଠକରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ