ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାଙ୍କୁ କରୋନା

ନୂଆଦିଲ୍ଲୀ: ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାର କରୋନା ପଜିଟିଭ୍‌ ଥିବା ଜଣାଯାଇଛି । ସୋମବାର ତାଙ୍କର ଏକ୍ସ ରେ ରିପୋର୍ଟ କରାଯାଇଥିଲା । ମଙ୍ଗଳବାର ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାଯାଇଛନ୍ତି । ପୂର୍ବରୁ ବୋଲ୍‌ସୋନାରଙ୍କ ୩ ଥର ପରୀକ୍ଷା କରାଯାଇଥିଲେ ମଧ୍ୟ ତାଙ୍କ ରିପୋର୍ଟରେ କରୋନା ଜଣାପଡ଼ି ନଥିଲା । ବାଜ୍ରିଲ ସୁପ୍ରିମକୋର୍ଟ ମଇ ମାସରେ ବୋଲ୍‌ସୋନାଙ୍କ ୩ଟି ରିପୋର୍ଟ ସାର୍ବଜନୀନ କରିଥିଲା । ଏକ ରିପୋର୍ଟ ଅନୁଯାୟୀ ବ୍ରାଜିଲ୍‌ରେ ଏବେ ସାଢ଼େ ଦଶ ଲକ୍ଷ କରୋନା ମାମଲା ଥିବା ଜଣାପଡ଼ିଛି । ଦେଶରେ ଏପର୍ଯ୍ୟନ୍ତ କରୋନାରେ ୬୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ