ପ୍ରୋଟିନ ଯୋଗାଉଥିବା ଖାଦ୍ୟ

ସୁସ୍ଥ ରହିବା ସହିତ ରୋଗରୁ ଦୂରେଇ ରହିବା ଲାଗି ସବୁ ପ୍ରକାରର ପୋଷକତତ୍ତ୍ବର ଆବଶ୍ୟକତା ରହିଛି। ସେଥିରୁ ଗୋଟିଏ ହେଉଛି ପ୍ରୋଟିନ ଯାହା ହାଡ଼ ବ୍ୟତୀତ କେଶ, ଚର୍ମ ଓ ମାଂସପେଶୀ ପାଇଁ ବହୁତ ଜରୁରୀ। ଏଥିସହିତ ପ୍ରୋଟିନଯୁକ୍ତ ଆହାର ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ। ଚାଲନ୍ତୁ ଜାଣିବା ନିୟମିତ ଭାବେ କେତେ ମାତ୍ରାରେ ପ୍ରୋଟିନର ଆବଶ୍ୟକତା ରହିଛି ଓ ଏହାକୁ ପୂରା କରିବା ପାଇଁ କ’ଣ ଖାଇବା ଉଚିତ।
ଦିନକରେ କେତେ ପ୍ରୋଟିନର ଆବଶ୍ୟକତା ରହିଛି: ପ୍ରୋଟିନର ଆବଶ୍ୟକତା ଓଜନ ଓ କ୍ୟାଲୋରୀ ଇନଟେକ ଉପରେ ନିର୍ଭର କରିଥାଏ। ଯଦି ଆପଣ ଦିନରେ ୨୦୦୦ କ୍ୟାଲୋରୀ ନେଉଛନ୍ତି, ତେବେ ସେଥିମଧ୍ୟରୁ ୬୦୦ କ୍ୟାଲୋରୀ ପ୍ରୋଟିନରୁ ଆସିବା ଉଚିତ।
କ୍ଷୀର ଓ ଦୁଗ୍ଧଜାତୀୟ ପଦାର୍ଥ: କ୍ଷୀର, ପନୀର, ଦହି ଭଳି ଦୁଗ୍ଧଜାତୀୟ ପଦାର୍ଥ ପ୍ରୋଟିନର ଉତ୍ତମ ଉତ୍ସ ଅଟେ। ଏଥିସହିତ ଏହା ଶରୀରକୁ କ୍ୟାଲସିୟମ ଓ ଭିଟାମିନ୍ ମଧ୍ୟ ଯୋଗାଇଥାଏ। ଏହା ହାଡ଼କୁ ଦୁର୍ବଳ ହେବାକୁ ଦିଏ ନାହିଁ। ପ୍ରତ୍ୟେକ ଦିନ ଏକ ଗ୍ଲାସ୍ ଲୋ ଫ୍ୟାଟ୍ କ୍ଷୀର ନିହାତି ସେବନ କରନ୍ତୁ।
କଖାରୁ ମଞ୍ଜି: ୨୮ ଗ୍ରାମ୍ କଖାରୁ ମଞ୍ଜିରେ ୫ ଗ୍ରାମ୍ ପ୍ରୋଟିନ ସହ ଆଇରନ, ମ୍ୟାଗ୍ନେସିୟମ, ଜିଙ୍କ ମଧ୍ୟ ରହିଛି। ଏହାକୁ ଆପଣ ସ୍ନାକସ୍ ଭାବେ ଡାଏଟରେ ଅଂଶବିଶେଷ କରିପାରିବେ।
ଟୋଫୁ: ଯଦି ଆପଣ ଶାକାହାରୀ, ତେବେ ଟୋଫୁ ଆପଣଙ୍କ ପାଇଁ ପ୍ରୋଟିନର ଉତ୍ତମ ଉତ୍ସ ଅଟେ। ଏଥିରେ ୧୦ରୁ ୧୯ ପ୍ରତିଶତ ପ୍ରୋଟିନ ସହିତ ଆଇରନ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ରହିଛି।
ସିଝା ଚଣା: ୧ କପ୍ ସିଝା ଚଣାରେ ୧୬ ଗ୍ରାମ୍ ପ୍ରୋଟିନ ରହିଛି। ଏହା ଶରୀରକୁ ଏନର୍ଜି ଦେଇଥାଏ। ଏଥି ସହିତ ଏହା ଶରୀରରେ ରକ୍ତାଭାବ ଦୂର କରେ। ଆପଣ ଚାହିଲେ ଏହାକୁ ସାଲାଡ଼ ଭାବେ ମଧ୍ୟ ଖାଇପାରିବେ।
ବ୍ରୋକୋଲି: ୧ କପ୍ ବ୍ରୋକୋଲିରେ ୬ ଗ୍ରାମ୍ ପ୍ରୋଟିନ ସହିତ ୩୦ ପ୍ରତିଶତ କ୍ୟାଲସିୟମ ମଧ୍ୟ ରହିଛି। ଆପଣ ଚାହିଲେ ସୁପ୍, ସାଲାଡ଼ ଓ ତରକାରୀ ଭାବେ ବ୍ରୋକୋଲି ସେବନ କରିପାରିବେ।
ଡାଲି: ମଶୁର, ହରଡ଼, ମୁଗ ଭଳି ଡାଲିରେ ପ୍ରୋଟିନ ବ୍ୟତୀତ ଆଇରନ ଓ କ୍ୟାଲସିୟମ ଭରପୂର ମାତ୍ରାରେ ରହିଛି। ଏଥିସହହିତ ଏଥିରେ ଫାଇବର ମଧ୍ୟ ରହିଛି, ଯାହା ପେଟ ସହିତ ଜଡ଼ିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ।
କ୍ବିନୋଆ: ୧ କପ୍ କ୍ବିନୋଆରେ ୮ ଗ୍ରାମ୍ ପ୍ରୋଟିନ ଓ ମ୍ୟାଗ୍ନେସିୟମ ରହିଛି, ଯାହା ପେଟ ସମସ୍ୟାକୁ ଦୂରେଇ ରଖିଥାଏ। ଆପଣ ଏହାକୁ ସ୍ନାକସ୍ ଭାବେ ମଧ୍ୟ ସେବନ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ