ଦୁଇ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ବଦନାମ କରିବା ପାଇଁ ଉଦ୍ୟମ: ଥାନାରେ ମମଲା ରୁଜୁ
ପାରଳଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ କାର୍ଯ୍ୟରତ ଦୁଇଜଣ ବୈଦୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ବଦନାମ କରିବା ପାଇଁ ଚାଲିଛି ଅପଚେଷ୍ଟା, କୌଣସି ଅଡିଓ ନଥିବା ଏକ ଭିଜୁଆଲ ଉଦ୍ଦେଶ୍ୟ ମୁଳକ ଭାବରେ ଏକ ଅଜଣା ନମ୍ବରରେ ହ୍ୱାଟସଆପ ଗ୍ରୁପ ତିଆରି କରି କରାଯାଉଛି ଭାଇରାଲ। ଏନେଇ ଉଭୟ ସାମ୍ବାଦିକ ପାରଳାଖେମୁଣ୍ଡି ମୋଡେଲ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଯେ ଗତ କିଛିଦିନ ପୂର୍ବେ 8895348306 ବିଶିଷ୍ଟ ନମ୍ବରରେTAKE CARE ନାମକ ଏକ ହ୍ୱାଟସ ଆପ ଗ୍ରୁପ ତିଆରି କରି ସେଥିରେ ଜିଲ୍ଲାର ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଯୋଡା ଜାଇଥିଲା। ସେହି ଗୃପ ତିଆରି କରିବାର ଉଦ୍ଧେଶ୍ୟ ଜାଣିବା ପୁର୍ବରୁ ସେହି ଉକ୍ତ ନମ୍ବରରୁ ଭିଡିଓ ପୋଷ୍ଟ କରାଯାଇଥିଲା। ଅନ୍ୟ ପକ୍ଷରେ ସାମ୍ବାଦିକ ମନେ ବହୁ କଷ୍ଟରେ କୋରନା ଭଳି ମହାମାରୀ ସମୟରେ ବହୁ କଷ୍ଟ ସତ୍ତ୍ବେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖବର ପ୍ରସାରଣ କରୁଥିବା ବେଳେ ଜନୈକ ବ୍ୟକ୍ତିଙ୍କ ସହିତ ଆଲୋଚନା ସମୟର ଭିଡିଓ ଶୋଷିଆଲ ମିଡିଆରେ ଭାଇରାଲ କରି ସେମାନଙ୍କୁ ମାନଶସିକ ସ୍ତରରେ ଦୃବଳ କରିବା ସହ ବଦନାମ କରିବା ଅପଚେଷ୍ଟା କରାଯାଉଛି। ଏନେଇ ଏସଡିପିଓ ପ୍ରକାଶ ଜେନା ଏବଂ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଦାଖଲ କରିବା ସହ ଉପଯୁକ୍ତ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଖୋଜି ବାହାର କରିବା ସହ ଯେଉଁମାନେ ଏହି ଅପଚେଷ୍ଟା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୈ।ଧୁରୀ, ତାରିଣୀ ପଣ୍ଡା, ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର, ଆଦର୍ଶ ଦାସ, ରାମ ଗୋବିନ୍ଦ ଆଚାର୍ଯ୍ୟ, ସୀତାନାଥ ପଣ୍ଡା, ଶ୍ରୀକାନ୍ତ ମହାରଣା, ଶିଶିର ଗୈାଡ, କୃଷ୍ଣ ମୋହନ ପଟ୍ଟନାୟକ କ୍ରୀତଦାସ ବର୍ଦ୍ଧନ, ବିବେକାନନ୍ଦ ବେହେରା, କୃଷ୍ଣ ବେହେରା, ସରୋଜ ପାଣିଗ୍ରାହୀ, ଆମୋଦ ବର୍ଦ୍ଧନ, ପ୍ରଭାତ କୁମାର ପାତ୍ର, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


