ଅବସରପ୍ରାପ୍ତଙ୍କୁ ମିଳିବନି ଅନ୍ୟ କୌଣସି ପ୍ରାପ୍ୟ

ଭୁବନେଶ୍ୱର: କୌଣସି ବର୍ଗର କର୍ମଚାରୀ ବା ଅଧିକାରୀ ଯଦି ଲକଡାଉନ ପିରିୟଡ ମଧ୍ୟରେ ଅବସର ଗ୍ରହଣ କରନ୍ତି ତେବେ ତାଙ୍କୁ ପେନସନ ଗଣ୍ଡାକ ଛଡ଼ା ଅନ୍ୟ କୌଣସି ପ୍ରାପ୍ୟ ମିଳିପାରିବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ସବୁ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ଲକଡାଉନ ପିରିୟଡ ମଧ୍ୟରେ ଯେଉଁ ବିଭାଗ କର୍ମଚାରୀ କାର୍ଯ୍ୟ କରି ନାହାନ୍ତି ମାତ୍ର ତାଙ୍କର ଅବସର ହୋଇଯାଇଛି ସେମାନେ ବର୍ତ୍ତମାନ ପରିସ୍ଥିତିରେ ସରକାରୀ ପ୍ରାପ୍ୟ ପାଇପାରିବେ ନାହିଁ । ଏହା ବାଦ କୌଣସି ନୂତନ ନିଯୁକ୍ତି ଦିଆଯିବ ନାହିଁ । ଯଦି ସେମାନଙ୍କୁ ପୁନଃ ନିଯୁକ୍ତ ଦିଆଯିବ, ତେବେ ନିର୍ଦ୍ଧିଷ୍ଟ ପ୍ରକି୍ରୟା ଭିତରେ ଏବଂ ଲକଡାଉନ ପିରିୟଡ଼ ଉଠିବା ପରେ ଯାଇ ଯାହାକିଛି ବିଚାର କରାଯିବ । ସେହିପରି ଶ୍ରୀ ମୀନା ଦର୍ଶାଇଛନ୍ତି ଯେ ଯେଉଁ କର୍ମଚାରୀମାନେ ଆଉଟସୋର୍ସିଂ ବା ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଛନ୍ତି ସେମାନଙ୍କ ଦରମା ଚୁକ୍ତି ଅବଧି ପର୍ଯ୍ୟନ୍ତ ବନ୍ଦ ହୋଇପାରିବ ନାହିଁ । ମାତ୍ର କୌଣସି ବିଭାଗ ଯଦି ସିଧାସଳଖ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି, ତେବେ ସେ କ୍ଷେତ୍ରରେ ସ୍ୱୟଂକି୍ରୟ ଭାବେ ତାଙ୍କର ନବୀକରଣ ହେବ ନାହିଁ । ଲକଡାଉନ ପିରିୟଡ ଉଠିବା ପରେ ବିଚାର କରାଯାଇ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ମୀନା ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ