ମସ୍ତିଷ୍କ ଘାତ କରାଇବ କୋଭିଡ-୧୯
ଲଣ୍ଡନ: କରୋନା ଭୂତାଣୁ ଯୋଗୁଁ ପୀଡ଼ିତଙ୍କଠାରେ ମସ୍ତିଷ୍କ ଘାତ ପରି ପରିଣତି ଆସିପାରେ । ସେଥିଯୋଗୁଁ ଜଣେ କୋଭିଡ ରୋଗୀ ସାଂଘାତିକ ସ୍ନାୟବିକ ଜଟିଳତା ସମେତ ଶରୀର ଫୁଲା, ମାନସିକ ବିକୃତି ଓ ପ୍ରଳାପ କଲା ଭଳି ଲକ୍ଷଣ ଦେଖାଯାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ଲଣ୍ଡନ ବିଶ୍ୱ ବିଦ୍ୟାଳୟର ସ୍ନାୟୁ ଚିକିତ୍ସା ବିଜ୍ଞାନ ବିଭାଗ ଦ୍ୱାରା ସଂଗଠିତ ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ ୪୩ ଜଣ କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ କାହା କାହା ଠାରେ ସାମୟିକ ମସ୍ତିଷ୍କ, ନିଷ୍କ୍ରିୟତା, ମସ୍ତିଷ୍କ ଘାତ ଅଥବା ସ୍ନାୟୁ ନଷ୍ଟ ଅବା ଗୁରୁତର ମସ୍ତିଷ୍କ ସମସ୍ୟା ଦେଖାଦେଇଛି । ସୁତରାଂ ଏହି ଦୁଃସାଧ୍ୟ ରୋଗ ମସ୍ତିଷ୍କକୁ ନଷ୍ଟ କରିଦେବାର ଆଶଙ୍କା ରହିଛି ବୋଲି ଅନ୍ୟତମ ଗବେଷକ ମାଇକେଲ ଜାଣ୍ଡି ସତର୍କ କରାଇଛନ୍ତି ।


