କେନାଲରେ ବୁଡି ଯୁବତୀ ମୃତ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍): ନୂଆ ଗାଁ ଥାନା ଅନ୍ତର୍ଗତ କୃର୍ଷ୍ଣପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଜଣେ ଯୁବତୀ କେନାଲରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକଙ୍କ ପରିଚୟ କୃଷ୍ଣପୁର ଗ୍ରାମର ଜନୈକ ଯୁବତୀ ସନ୍ତୋଷୀ ପ୍ରଧାନ (୨୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଓ ପିତାକୁର ପ୍ରଧାନ ସ୍ନାନ କରିବା ପାଇଁ ଯାଇଥିବା ବେଳେ ଗାଧୋଇବା ବେଳେ ଅସାବଧାନତା କାରଣରୁ ଗୋଡ ଖସି ପାଣିରେ ଭାଷି ଯାଇ ମୃତ୍ୟୁ ହୋଇଥିଲା ।ଖବର ପାଇ ଗ୍ରାମବାସୀ ବହୁ ଖୋଜାଖୋଜି ପରେ ଯୁବତୀଙ୍କ ମୃତ ଦେହ ମିଳିନଥିବାରୁ ଦମକଳ ବାହିନୀକୁ କହିଥିଲେ ।ଦମକଳ ବାହିନୀ କେନାଲରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଥିଲା । ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବବେବଚ୍ଚେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା କଥା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ