ପୋଲିସ ଜାଲରେ ୩ ଧଳା ଜହର ବ୍ୟବସାୟୀ

ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲାର ଯାଜପୁର ରୋଡ ପୋଲିସକୁ ମିଳିଛି ସଫଳତା । ପୋଲିସ ହାତରେ ଧରାପଡିଛନ୍ତି ୩ ଧଳା ଜହର ବ୍ୟବସାୟୀ । ମିଳିଥିବା ସୂଚନା ଅନୁଯାୟୀ ବ୍ୟସନଗର ପୈାରାଞ୍ଚଳର ନହକା ଛକ ନିକଟରେ କିଛି ବେପାରୀ ବ୍ରାଉନ ସୁଗର ବ୍ୟବସାୟ କରୁଥିବା ପୋଲିସ ଖବର ପାଇ ଚଢାଉ କରିଥିଲେ । ଚଢାଉ ସମୟରେ ପୋଲିସ ସେମାନଙ୍କ ଠାରୁ ୯ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ନଗଦ ୨୦ ହଜାର ସାତଶହ ଟଙ୍କା ଜବତ କରିଛି । ଏହା ସହିତ ବ୍ୟବହାର କରୁଥିବା ଗୋଟିଏ ମୋଟର ସାଇକେଲ ସମେତ ୨ ଟି ମୋବାଇଲ ହ୍ୟାଣ୍ଡସେଟ୍ ଜବତ କରିଛି । ବ୍ରାଉନସୁଗର ଅଭିଯୁକ୍ତ ମାନେ ଯାଜପୁର ଜିଲ୍ଲାର ଦିଲ୍ଲୀପ ମହାନ୍ତି ,ସଞ୍ଜିତ ସିଂ , ଓ ବାରିଶ ମୁର୍ମୁ ବୋଲି ଜଣାପଡିଛି । ବ୍ରାଉନସୁଗର ସମେତ ୩ ବ୍ୟବସାୟୀଙ୍କୁ ଗିରଫ କରିଥô୍ବା ଯାଜପୁର ଥାନା ଏସଡିପିଓ କେଦାରନାଥ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ