୩ ନକଲି ସାମ୍ବାଦିକ ଗିରଫ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ପୋଲିସ ଗୁରୁବାର ୩ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି । ସହର ଉପକଣ୍ଠ ବାଲିପଡା ସରସ୍ୱତୀ ବିଦ୍ୟାଳୟକୁ ଯାଇ ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକର ପରିଚୟ ଦେଇ ବିଦ୍ୟାଳୟର କର୍ତ୍ତୁପକ୍ଷଙ୍କ ୁ ଭୟଭିତ କରିଥିଲେ । ସାମ୍ବାଦିକ ମାନଙ୍କ ଉପରେ ସଂନ୍ଦେହ ହେବାରୁ ଗ୍ରାମବାସୀ ମାନଙ୍କ ଦ୍ୱାରା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୋଲିସକୁ ଏ ସଂପର୍କରେ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ୩ ନକଲି ସାମ୍ବାଦିଙ୍କ ସମେତ ଡ୍ରାଇଭରଙ୍କୁ ଗିରଫ କରିଛି । ଗିରଫ ନକଲି ସାମ୍ବାଦିକ ଙ୍କ ପରିଚୟ ବ୍ରହ୍ମପୁର ସହରର ତପନ ପଟ୍ଟନାୟକ ,ଦିପକ ବାଡତିଆ ,ସୁନିଲ ପଢିଆରୀ , ଓ ଡ୍ରାଇଭର ଉ ନାଗେଶ୍ୱର ରାଓଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନକଲି ବୁମ୍, କ୍ୟାମେରା ଓ କାରକୁ ଜବତ କରି ତଦନ୍ତ ଜାରୀ ରଖିଥିବା ବେଳେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ