ଦୁଇ ପୋଜିଟିଭ ଚିହ୍ନଟ ପରେ ରାଇକିଆ କନ୍ଟେନମେଣ୍ଟ ଜୋନ ଘୋଷିତ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲା ରାଇକିଆ ରେ ଦୁଇ ଜଣ କରନା ପୋଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ରାଇକିଆ ଓ ଏହାର ଆଖ ପାଖ ଅଞ୍ଚଳ କୁ କଂଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି । ରାଇକିଆ ସହର ସମେତ ଗମାଣ୍ଡି, ଗଞ୍ଜନାଜୁ, ଦଡିଙ୍ଗିଆ ପଞ୍ଚାୟତ ର ଗଣ୍ଡିସି, ଦାଲବାଲି, ବେରେଡାକିଆ ପଞ୍ଚାୟତ ର ବେରେଡାକିଆ ଓ କାନ୍ଦାବଡ଼ା, ଶୁଗଡବାଡ଼ି ପଞ୍ଚାୟତ ର କାଜୁରି ଏବଂ ମାଣିକେଶ୍ଵର ପଞ୍ଚାୟତ ର ସିଡିନପଟା ଓ ଲେନ୍ଦ୍ରିକିଆ କୁ କଂଟେନମେଣ୍ଟ ଜୋନ ରେ ସାମିଲ କରା ଯାଇଛି । ଏହି ସବୁ ଅଞ୍ଚଳ ରେ ଲୋକଙ୍କ ଚଳ ପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ଘର ଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ । ଏଥି ପାଇଁ ବିଭିନ୍ନ ସ୍ଥାନରେ ବାଉଁଶ ବାନ୍ଧି ସିଲ୍ କରା ଯାଇଛି । ଅନ୍ୟ ପକ୍ଷରେ ଆଉ କିଛି ଅଞ୍ଚଳ କୁ ବଫର ଜୋନ ଭାବେ ଘୋଷଣା କରା ଯାଇଛି । ସେହି ଅଞ୍ଚଳ ମଧ୍ୟ ପ୍ରଶାସନ ର ନଜର ରେ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ