ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ
ନାଉଗାଁ, (ଓ୍ବାଇଏନ୍ଏସ୍): ପୂର୍ବତନ ମନ୍ତ୍ରୀ, ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ,ପୂର୍ବତନ ଜଗତସିଂହପୁର ବିଧାୟକ ତଥା ବର୍ତମାନ ତିର୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ବିୟୋଗରେ ନାଉଗାଁ ବ୍ଲକ ଜାମୁଗାଁ ପଂଚାୟତରେ ଏକ ଶୋକସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ନିଲୁ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଂଚାୟତର ଯୁବନେତା ରବିନାରାୟଣ ଷଡଙ୍ଗୀ,ପଂଚାୟତ ବିଜେଡି ସଭାପତି ଅନୁପ ମହାନ୍ତି, ବରିଷ୍ଠ ବିଜେଡି କର୍ମୀ ନିରଂଜନ ସାହାଣୀ, ଦିଲ୍ଲିପ ପାଢୀ ପ୍ରମୁଖ ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିବା ସହିତ ବିଷ୍ଣୁ ଦାସଙ୍କ ରାଜନୈତିକ ଜୀବନ ଓ ତ୍ୟାଗକୁ ମନେ ପକାଇଥିଲେ । ତାଙ୍କ ସହିତ ବିଜୟ ଦାସ,ଗୋବର୍ଦ୍ଧନ ଦାସ, ତୁଷାର କୁଅଁର, ପ୍ରଫୁଲ ଦାସ,ସତ୍ୟବ୍ରତ ବାଣୁଆଁଙ୍କ ସହ ବହୁ କର୍ମୀ ସାମିଲ ହୋଇ ଭକ୍ତିପୁତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।


