ସ୍ବର ବଦଳାଇଲା ଚୀନ୍‌; ଭାରତ ଶତ୍ରୁ ନୁହେଁ, ଅଂଶୀଦାର

ନୂଆଦିଲ୍ଲୀ : ଏକାଧିକ ରାଷ୍ଟ୍ର ଭାରତ ସହ ହାତ ମିଳାଇବାପରେ ଘାଇଲା ହୋଇଛି ଚୀନ୍‌। ଏବେ ଚୀନ୍‌ର ଚେତା ପଶିଛି। ଚୀନର ଏବେ ଆଣ୍ଟପଣ ଭାଙ୍ଗିଛି ଓ ସ୍ବର ମଧ୍ୟ ବଦଳାଇଛି। ଏବେ ଚୀନ୍‌ କହିଛି, ଭାରତ ଶତ୍ରୁ ନୁହେଁ ବରଂ ଅଂଶୀଦାର। ଚୀନ୍‌ର ରାଷ୍ଟ୍ରଦୂତ କହିଛନ୍ତି, ବିବାଦ ନୁହେଁ, ଭାରତ ଏବଂ ଚୀନ୍‌ ଶାନ୍ତି ଆବଶ୍ୟକ କରନ୍ତି। କଥାବାର୍ତ୍ତା ମାଧ୍ୟମରେ ଜଟିଳ ପ୍ରସଙ୍ଗରେ କୌଣସି ସମାଧାନର ବାଟ ନପାଇବା ପର୍ଯ୍ୟନ୍ତ ଉଭୟ ଭାରତ ଏବଂ ଚୀନ୍‌ ବିଦାଦୀୟ ସୀମା ନିକଟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ କାମ କରିବା ଉଚିତ୍‌ ବୋଲି ଚୀନ୍‌ର ରାଷ୍ଟ୍ରଦୂତ ସନ୍‌ ୱେଡଙ୍ଗ୍‌ କହିଛନ୍ତି। ଉଭୟ ଭାରତ ଏବଂ ଚୀନ୍‌ ଶତ୍ରୁ ନୁହନ୍ତି ବରଂ ସେମାନେ ଅଂଶୀଦାର ହେବା ଉଚିତ୍‌। ବିଭିନ୍ନ ମହଲରେ ଚୀନ୍‌ ସହ ଆର୍ଥିକ ଏବଂ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ ପାଇଁ କୁହାଯାଉଛି। ଭାରତରେ ମେଡ୍‌ ଇନ୍‌ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦିଆଯାଉଛି। ଏଭଳି ପଦକ୍ଷେପ ଚୀନ୍‌ର ଉଦ୍ୟୋଗ ଏବଂ ଭାରତୀୟ ଗ୍ରାହକଙ୍କ ପାଇଁ ଆଦୌ ଠିକ୍‌ ହେବନାହିଁ ବୋଲି ସେ କହିଛନ୍ତି। ଭାରତ ଏବଂ ଚୀନ୍‌ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ଦ୍ବାରା ବିଶ୍ବାସ ବଢ଼ାଇବା ଉଚିତ୍‌। କେହି କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ପୂର୍ବ ଲଦାଖ୍‌ର ୩ଟି ଅଞ୍ଚଳରୁ ଚୀନ୍‌ ସେନା ପ୍ରତ୍ୟାହାର ପରେ ସନ୍‌ ଏଭଳି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ଚୀନ୍‌ ଦୂତାବାସର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ୧୮ ମିନିଟ୍‌ର ଏକ ଭିଡିଓ ‌ପୋଷ୍ଟ୍‌ କରି ସନ୍‌ ଏହି ଟିପ୍ପଣୀ ରଖିଛନ୍ତି। ସନ୍‌ଙ୍କ ଏହି ଟିପ୍ପଣୀ ଭାରତ ଏବଂ ଚୀନ୍‌ର ସମ୍ପର୍କକୁ ପୁଣିଥରେ ସଠିକ୍‌ ରାସ୍ତାକୁ ଆଣିବା ସୂଚନା ଦେଉଛି। ଚୀନ୍‌ ରାଷ୍ଟ୍ରଦୂତ ୫ଟି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ଗୋଟିଏ ହେଉଛି ଭାରତ -ଚୀନ୍‌ ଶତ୍ରୁ ନୁହନ୍ତି ସେମାନେ ଅଂଶୀଦାର ହେବା ଉଚିତ୍‌। ବିବାଦ ଅପେକ୍ଷା ସେମାନେ ଶାନ୍ତି ଆବଶ୍ୟକ କରନ୍ତି। ଉଭୟ ଭାରତ-ଚୀନ୍‌ ପାରସ୍ପରିକ ସହଯୋଗ ବଢ଼ାିବା ଉଚିତ୍‌। ବିଶ୍ବାସ ବୃଦ୍ଧି ସହ ଦ୍ବିପାକ୍ଷିକ ସମ୍ପର୍କକୁ ବ୍ୟାପକ କରାଯିବା ନେଇ ସେ ଗୁରୁତ୍ବାରୋପ କରିଛନ୍ତି। କଥାବାର୍ତ୍ତା ମଧ୍ୟରେ ଉଭୟ ରାଷ୍ଟ୍ର ରଣନୀତିକ ଯୋଗାଯୋଗ ଏବଂ ପାରସ୍ପରିକ ବୁଝାମଣା ଏବଂ ସହଯୋଗ ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି। ଗତ ଜୁଲାଇ ୫ ତାରିଖରେ ଭାରତର ଏନ୍‌ଏସଏ ଡୋଭାଲ୍‌ ଏବଂ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍ ଜି କଥାବାର୍ତ୍ତା ହୋଇ ଊଭୟ ପକ୍ଷ ଯୋଗାଯୋଗ ସୁଦୃଢ଼ କରିବେ ବୋଲି ରାଜି ହୋଇଥିଲେ। ତେବେ ଜୁନ୍‌ ୧୫ ତାରିଖରେ ଗଲ୍‌ୱାନ୍‌ ଘାଟିରେ ଯେଉଁ ସଂଘର୍ଷ ହୋଇଥିଲା ସେହି ସଂଘର୍ଷ ଦେଖିବାପାଇଁ ଉଭୟ ଭାରତ ଏବଂ ଚୀନ୍‌‌ କେହି ଚାହିନଥିଲେ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ