ରେଖାଙ୍କ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ

ମୁମ୍ବାଇ: କରୋନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ସେଲିବ୍ରିଟିମାନଙ୍କ ଘର ମଧ୍ୟ ଏହି ଭାଇରସ କବଳରୁ ରକ୍ଷା ପାଇପାରି ନାହିଁ। କରଣ ଜୋହର, ବୋନି କପୁର ଏବଂ ଆମୀର ଖାନଙ୍କ ଷ୍ଟାଫ କରୋନା ପଜିଟିଭ୍ ବାହାରିବା ପରେ ବର୍ତ୍ତମାନ ଅଭିନେତ୍ରୀ ରେଖାଙ୍କ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ପଜିଟିଭ୍ କରିଛନ୍ତି । ସୂଚନା ଅନୁଯାୟୀ, ରେଖାଙ୍କ ଘର ବାହାରେ ଉପସ୍ଥିତ ଥିବା ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହା ପରେ ବିଏମସି ରେଖାଙ୍କ ବଙ୍ଗଳାକୁ ସିଲ୍ କରିଛି। ଏହା ବ୍ୟତୀତ ଅଭିନେତ୍ରୀଙ୍କ ଘର ବାହାରେ ନୋଟିସ ମଧ୍ୟ ଲଗାଯାଇଛି । ତେବେ ଏପର୍ଯ୍ୟନ୍ତ ରେଖାଙ୍କର କୌଣସି ପ୍ରତିକ୍ରିୟା ଆସିପାରି ନାହିଁ । କୁହାଯାଉଛି ଯେ ରେଖାଙ୍କ ମୁମ୍ବାଇ ବଙ୍ଗଳା ବାହାରେ ସବୁବେଳେ ଦୁଇଜଣ ସୁରକ୍ଷାକର୍ମୀ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବିଏମସି ରେଖାଙ୍କ ବଙ୍ଗଳା ବ୍ୟତୀତ ଆଖପାଖ ଅଞ୍ଚଳକୁ ମଧ୍ୟ ସାନିଟାଇଜ କରିଛି । ଏଠାରେ କହିରଖିବୁ ଯେ ଗତ ମାସରେ ଆମୀର ଖାନଙ୍କ ୭ଟି ଘରର କର୍ମଚାରୀ କରୋନା ପଜିଟିଭ୍ ଜଣାପଡିଥିଲେ । ଏଥିରେ ଅମିର ଖାନଙ୍କ ଦୁଇ ଜଣ ଅଙ୍ଗରକ୍ଷୀ ଏବଂ ଜଣେ ରୋଷେଇଆ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ଏହା ପରେ ଆମୀର ଖାନଙ୍କ ପୁରା ପରିବାର କରୋନା ଟେଷ୍ଟ କରିଥିଲେ । ସେହିପରି ବୋନି କପୁର ଏବଂ କରଣ ଜୋହରଙ୍କ କର୍ମଚାରୀମାନେ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ