୧୩ ଓ ୧୪ରେ ପ୍ରବଳ ବର୍ଷା

ଭୁବନେଶ୍ୱର: ମୌସୁମୀ ବର୍ଷ ଏବେ ରାଜ୍ୟରେ ସ୍ୱାଭାବିକ ରହିଥିଲେ ମଧ୍ୟ ବର୍ଷାର ପରିମାଣ କମ ରହୁଛି । ମୌସୁମି ଟ୍ରାଫ ଏବେ ଉତ୍ତର ଆଡ଼କୁ ଗତି କରୁଛି । ଏହି ସମୟରେ ମୌସୁମୀ ସାଧାରଣତଃ ଦୁର୍ବଳ ରହିଥାଏ । ଆସନ୍ତା କିଛି ଘଣ୍ଟା ପାଇଁ ଉତ୍ତର ଦକ୍ଷିଣ ଟ୍ରାଫ ଲାଇନ ଓଡ଼ିଶା ଉପରେ ରହିଛି । ଏହି କାରଣରୁ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମି ଟ୍ରାଫ ଧୀରେ ଧୀରେ ଦକ୍ଷିଣ ଆଡ଼କୁ ଆସିବ । ଫଳରେ ୧୩ ତାରିଖ ଦିନ ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ୧୨ ତାରିଖରୁ ହିଁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ଓ ୧୩ ଏବଂ ୧୪ ତାରିଖରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ