ଶେଷରେ ମାସ୍କ ପିନ୍ଧିଲେ ଟ୍ରମ୍ପ
ୱାଶିଂଟନ: ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଏକ ସାମରିକ ହସ୍ପିଟାଲ୍ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଫେସ୍ ମାସ୍କ୍ ପିନ୍ଧିଥିଲେ। ରାଷ୍ଟ୍ରପତି ନିଜେ ମାସ୍କ ପିନ୍ଧିଲେ ଏହାର ପ୍ରଭାବ ଦେଶର ଜନସାଧାରଣଙ୍କ ଉପରେ ପଡ଼ିବ ବୋଲି ନିଜର ସହକର୍ମୀ ବାରମ୍ବାର କହିବା ପରେ ଟ୍ରମ୍ପ୍ ମାସ୍କ ପିନ୍ଧିବାକୁ ଶେଷରେ ବାଧ୍ୟ ହୋଇଥିବା କୁହାଯାଉଛି। ରାଷ୍ଟ୍ରପତି ସିଲ୍ ବାଜିଥିବା ଏକ କଳା ରଙ୍ଗର ମାସ୍କ ପିନ୍ଧି ଟ୍ରମ୍ପ୍ ୱାଶିଂଟନ ୱାଲ୍ଟର ରିଡ୍ ମିଲିଟାରୀ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଟ୍ରମ୍ପ ମାସ୍କ ପିନ୍ଧିବାକୁ ବିରୋଧ କରନ୍ତି ବୋଲି ତାଙ୍କ ବିରୋଧ ଡେମୋକ୍ରାଟ ଦଳ ପକ୍ଷରୁ ପ୍ରଚାର ଚାଲିଥିଲା ବେଳେ ଟ୍ରମ୍ପ କହିଛନ୍ତି ଯେ ସେ ମାସ୍କ ପିନ୍ଧିବାକୁ ବିରୋଧ କରନ୍ତି ନାହିଁ। ମାତ୍ର କେତେବେଳେ ଓ କେଉଁ ସ୍ଥାନରେ ପିନ୍ଧିବେ, ତାହା ଠିକ ଭାବେ ଚୟନ କରିବା ଦରକାର ବୋଲି କହିଥିଲେ। ସବୁବେଳେ ମାସ୍କ ପିନ୍ଧିବାର କୌଣସି ଦରକାର ନାହିଁ।


