ରାଇରଙ୍ଗପୁର ଗଢ ଗ୍ରାମରେ ଅଗ୍ନିକାଣ୍ଡ, ତିନି ବଖରା ଘର ପୋଡ଼ି ଛାରଖାର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଗଢ ଗ୍ରାମର ଐଶ୍ୱରୀୟ ପ୍ରଜାପତି ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପୂର୍ବାହ୍ନରେ ୧୦.୩୦ ପାଖାପାଖି ସମୟରେ ଘରେ କେହି ନଥିବା ସମୟରେ ୩ ବଖରାଚାଳ ଘରେ କୌଣସି କାରଣରୁ ନିଆଁ ଲାଗି ପୋଡ଼ି ଧ୍ୱଂସ ହୋଇଯାଇଛି । ଘରର ସମସ୍ତ ଆସବାବପତ୍ର ,ଟିଭି,ଫ୍ରିଜ,ଖଟ,ଲୁଗାପଟା, ରୋଷେଇ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଗଢ ଗ୍ରାମର ଶଙ୍କର ନାଏକ,ବିଭୁ ନାଏକ,ପିଙ୍କି ନାଏକ ପରିବାର ଲୋକେ ସକାଳେ ରୋଷେଇ ସାରି ଗାଁ ନିକଟସ୍ଥ ଖଡଖାଈ ନଦୀକୁ ଶୌଚ ପାଇଁ ୧୦ଟା ପାଖାପାଖି ସମୟରେ ଯାଇଥିଲେ ।ଏଣେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା । ଗାଁ ଲୋକେ ନିଆଁ ଧୂଆଁ ଦେଖି ଦମକଳବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚିଲାବେଳକୁ ୮୦ ଭାଗ ଧ୍ୱଂସ ହୋଇସାରିଥିଲା ।ଘର ଲୋକେ ଖବର ପାଇ ପ୍ରାଣ ବିକଳରେ ଆସି ପହଞ୍ଚିଥିଲେ ।ଘରର ଅବସ୍ଥା ଦେଖି କାନ୍ଦି କାନ୍ଦି ମହିଳାମାନଙ୍କର ଚେତା ବୁଡ଼ି ଯାଇଥିଲା । ଦମକଳବାହିନୀକୁ ଲିଭାଇବାକୁ ୪ଘଣ୍ଟା ଲାଗିଥିଲା ।ପରେ ରାଇରଙ୍ଗପୁର ତହସିଲଦାର ଯୋଗ ରଂଜନ ନାୟକଙ୍କ ନିର୍ଦେଶକ୍ରମେ ଆରଆଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଇରଙ୍ଗପୁର ପୌରାଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ ଦଶରଥ ବାସ୍କେ, ବିଜେଡି ଯୁବନେତା ପିଙ୍କୁ ବଳ, ଅଭିଷେକ ପଟ୍ଟନାୟକ ପ୍ରମୁଖ ପହଞ୍ଚି ପିଡିତାମାନଙ୍କୁ ସମବେଦନା ଜଣାଇବା ସହ ସହାୟତାର ହାତ ବଢ଼ାଇଥିଲେ । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶୁଖିଲା ଖାଦ୍ୟ , ପଲିଥିନ ଯୋଗାଇ ଦିଆଯାଇଥିଲା । କିଛି ଦିନ ପାଇଁ ଅଗ୍ନିବିପନ୍ନ ପରିବାରଙ୍କୁ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ ଏବଂ ଗଢ ସ୍କୁଲରେ ଥଇଥାନ କରାଯାଇଛି । ଅଗ୍ନି ବିପନ୍ନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ