ଆଜି ସୋମବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ …
ମେଷ – ଶୁଭ ରଙ୍ଗ – ଧଳା, ଲାଲ, ଶୁଭ ଦିନ ରହିଛି ତେଣୁ ସମସ୍ତଙ୍କ ସହିତ ସୁସମ୍ପର୍କ ରହିବ, ଯୋଗାଯୋଗ ଷୃଷ୍ଟି କରୁଥିବା ଦ୍ରବ୍ୟ କ୍ରୟ କରିବେ, ଭୂମିପ୍ରାପ୍ତିର ଯୋଗ ରହିବ,ମାଲିମକୋଦ୍ଦମାରେ ଜୟଲାଭ ସହିତ ମାନସମ୍ମାନ ପ୍ରାପ୍ତ ହେବ ॥ କଳା କିମ୍ବା ନିଳ ରଙ୍ଗ ବ୍ୟବହାର କରିବେ ନାହିଁ ॥ ମାଦକ୍ଷୀଣକାଳି ଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ ॥
ବୃଷ – ଶୁଭ ରଙ୍ଗ – ହଳଦିଆ, ଧଳା, ସବୁଜ॥ ପ୍ରତି କାଯ୍ୟରେ ସାହାର୍ଯ୍ୟ ସହଯୋଗ ମିଳିବ, ପାରିବାରିକ ସ୍ଥିତି ଭଲ ରହିବା ସହିତ ଆର୍ଥିକ ଉର୍ଣ୍ଣତି ହେବ, ବ୍ୟବସାୟରେ ଲାଭ ବଢିବ॥ ଆକଷ୍ମିକ ଦୁୃର୍ଘଟଣା ପ୍ରତି ସତର୍କ ରହିବ ॥ ମହାମୃତ୍ୟୁଞ୍ଜୟ ୯ଥର ଜପ କରି ଦିନଟି ଆରମ୍ଭ କରିବେ ॥
ମିଥିନ – ଶୁଭ ରଙ୍ଗ – ଧଳା, ସମୟ ଏତେ ଭଲ ରହିବ ନାହିଁ, ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ବ୍ୟବସାୟରେ ବିକ୍ରି କମିବ, ପାରିବାରିକ ସ୍ଥିତି ଭଲରହିବ ନାହିଁ॥ ନିଜ ମନର ଯୋଜନା କାହାକୁ କୁହନ୍ତୁ ନାହିଁ, ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ରିଷ୍ଟ କଟିଯିବ ॥
କର୍କଟ – ଶୁଭ ରଙ୍ଗ – ହଳଦିଆ ଓ ଧଳା, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ, ମାନସିକ ଶାନ୍ତି ସହିତ ମାନସମ୍ମାନ ମିଳିବ ମାତ୍ର ଘାତବାର ହେତୁ ଶୁଭକର୍ମ ବର୍ଜନିୟ ॥ ଆଜି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥ ଜାଗାବାଡି ବିଷୟରେ ସତର୍କ ରହିବେ ॥
ସିଂହ – ଶୁଭରଙ୍ଗ – ଧଳା, ଲାଲ ଓ ଗୋଲାପି, କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତଥାପି ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ମା କାଳୀଙ୍କୁ ଦର୍ଶନ କରନ୍ତୁ ॥
କନ୍ୟା – ଶୁଭରଙ୍ଗ- ଧଳା & ସବୁଜ, କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ, ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବାରେ ସମୟ ସାଥ ଦେବ ॥ ସବୁଜ ପରିବା ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥ଯାନବାହାନ ଚଳାଚଳ ପ୍ରତି ସତର୍କ ରୁହନ୍ତୁ ॥
ତୁଳା – ଶୁଭରଙ୍ଗ – ହଳଦିଆ ଓ କମଳା, ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ମାତ୍ର ସ୍ବାସ୍ଥ୍ୟ ଭଲରହିବ ନାହିଁ ॥ ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥ ପାରିବାରିକ ପରିବେଷରେ ସତର୍କ ରହିବେ ॥
ବିଛା – ଶୁଭରଙ୍ଗ – ଧଳା, ଶୁଭଚନ୍ଦ୍ରଙ୍କର ପ୍ରଭାବ ଥିଲେ ମଧ୍ୟ ଆର୍ଥିକ ଦୁର୍ବଳତା ସହିତ ମାନ, ସମ୍ମାନ ଓ ଲୋକସଂପର୍କ କ୍ଷେତ୍ରରେ ବାଧାବିଘ୍ନ ରହିବ ॥ କାହାକୁବି ବ୍ୟବହାର ଖରାପ କରନ୍ତୁ ନାହିଁ ॥ ମାତା ବଗଲାମୂଖିଙ୍କର ସ୍ତୁତି ଜପ କରନ୍ତୁ ॥
ଧନୁ – ଶୁଭ ରଙ୍ଗ – ନିଳ ଓ ବାଇଗେଣି, ଶୁଭଦିନ ରହିଛି ସମୟ ସାଥ ଦେବ, ମାତ୍ର ପାରିବାରିକ କିମ୍ବା ଲୋକସମ୍ପର୍କ କ୍ଷେତ୍ରରେ ସମୟ ସାଥ ଦେବ ନାହିଁ ॥ ଯାନବାହାନ ପ୍ରତି ସତର୍କ ॥ ତାରିଣି ମନ୍ଦିର ଦର୍ଶନ ସହିତ ବିଜମନ୍ତ୍ର ” ଓଁ ତାରା ଦେବୈ ନମଃ ୨୭ଥର ଜପ ॥
ମକର – ଶୁଭ ରଙ୍ଗ – କଳା, ହଳଦିଆ କିମ୍ବା ଧୁସର, ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ,ଶତୃଜୟର ଯୋଗ ରହିଛି, ଜାଗାବାଡି କିମ୍ବା ଯାନବାହାନ କ୍ଷେତ୍ରରେ ଅହେତୁକ ଲାଭ ପ୍ରାପ୍ତି ଯୋଗ ରହିଛି ॥ ସରକାରି ସ୍ତରରେ ପ୍ରତିକାମରେ ସତର୍କ ରହିବେ ॥
ସୁର୍ଯ୍ୟ ଭଗବାନଙ୍କୁ ଜଳସହିତ ଧଳାରାଶି ମିଶାଇ ଅର୍ଘ୍ୟ ଦାନ ॥
କୁମ୍ଭ – ଶୁଭ ରଙ୍ଗ – ନିଳ ଓ କମଳା, ଅଶୁଭ ଚନ୍ଦ୍ର ହେତୁ ନୁତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ ତତାପି ଅନ୍ୟାନ୍ୟ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବ ॥ କାହାକୁ ହତାଦାର କରନ୍ତୁ ନାହିଁ ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ – ଶୁଭ ରଙ୍ଗ – ଗୋଲାପି ଓ ହଳଦିଆ, ଆର୍ଥିକ ସ୍ଥିତି ସହିତ ପାରିବାରିକ ପରିବେଷ ଭଲ ରହିବ, କର୍ମ କ୍ଷେତ୍ରରେ ଚେଷ୍ଟା କଲେ ଶୁଭଫଳ ନିଶ୍ଚୟ ପ୍ରାପ୍ତ ହେବ ॥ ଯାନବାହାନ ଓ ଅଗ୍ନିଜନିତ ସତର୍କତା ଅବଲମ୍ବନ କରିବେ ॥ ହନୁମାନ ଚାଳିଷା ଜପ କରନ୍ତୁ ॥