ସାଓମି ରେଡମି ନୋଟ୍ ୭ ପ୍ରୋ ଏବଂ ନୋଟ ୭ର ଶୁଭାରମ୍ଭ
ମୁମ୍ବାଇ, (ଏଜେନ୍ସି): ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ପକ୍ଷରୁ ଏହାର ବହୁ ସଫଳିତ ରେଡମି ଲାଇନ୍ ଅପରେ ନୂଆ ରେଡମି ନୋଟ୍ ୭ ପ୍ରୋ ଏବଂ ରେଡମି ନୋଟ୍ ୭ର ଶୁଭାରମ୍ଭ କରାଯାଇଛି । ରେଡମି ନୋଟ୍ ୭ ପ୍ରୋ ୪୮ ଏମ୍ପି ବିଶିଷ୍ଟ ହୋଇଥିବାବେଳେ ଏହା ନେବୁଲା ରେଡ଼୍ ଏବଂ ନେପଚୁନ୍ ବ୍ଲ୍ୟୁ ରଙ୍ଗ ଭାରିଆଣ୍ଟର ଗ୍ରାଡିଏଣ୍ଟ ଡିଜାଇନ ସହିତ ପ୍ରସ୍ତୁତ । ସେହିଭଳି ରେଡମି ନୋଟ ୭, ନନ-ପ୍ରୋ ରେଡମି ନୋଟ ପରିବାର ସ୍ୱରୂପ ୧୨ଏମ୍ପି ଏବଂ ୨ଏମ୍ପି ଡୁଆଲ ରିଅର କ୍ୟାମେରା ସେଟ୍ଅପ୍ରେ ପ୍ରଥମ ଡୁଆଲ କ୍ୟାମେରା ଭାବେ ଡେବ୍ୟୁ କରିଛି । ରେଡ଼ମି ନୋଟ୍ ୭ରେ ମଧ୍ୟ ସମ୍ମୁଖ ଏବଂ ପଶ୍ଚାତ ଭାଗର ବଡି ଗରିଲା ଗ୍ଲାସ ୫ ସହିତ କଭର ହୋଇଛି । ୪୦୦୦ ଏମ୍ଏଏଚ ବ୍ୟାଟେରୀ ଲାଇଫ୍ ସହିତ ରେଡମି ନୋଟ୍ ୭ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ପ୍ରଦାନ କରିଥାଏ । ଏଥିସହିତ ଏହା କ୍ୱିକ୍ ଚାର୍ଜ ୪.୦ ପାଇଁ ସମର୍ଥନ ପ୍ରାପ୍ତ ଏବଂ ଜୀବନକାଳ ବୃଦ୍ଧି ପାଇଁ ପି୨ଆଇ-କୋଟ୍ଟେ ପ୍ରଦତ୍ତ । ଏହି ଫୋନ ବ୍ୟତୀତ, ସାଓମି ପକ୍ଷରୁ ମଧ୍ୟ ଏମ୍ଆଇ ଏଲ୍ଇଡି ଟିଭି ୪ଏ ପ୍ରୋ (୩୨)ର ଶୁଭାରମ୍ଭ କରାଯାଇଛି । ଯାହା ମଧ୍ୟରେ ୩୨-ଇଞ୍ଚର (୮୦ସେମି) ଏଚ୍ଡି ଡିସ୍ପ୍ଲେ ପ୍ୟାନେଲ ରହିଛି ଏବଂ ଆଣ୍ଡ୍ରଏଡ ଟିଭି ପ୍ୟାଚୱାଲରେ କାର୍ଯ୍ୟ କରିବ । ସାଓମି ପକ୍ଷରୁ ଭାରତରେ ପ୍ରଥମଥର ପାଇଁ ବ୍ଲ୍ୟୁଟୁଥ ଇଅରଫୋନ୍-ଏମ୍ଆଇ ସ୍ପୋର୍ଟସ ବ୍ଲ୍ୟୁଟୁଥ ସ୍ପୋର୍ଟସ ବ୍ଲ୍ୟୁଟୁଥ ଇଅରଫୋନ ବେସିକ, ଡାଇନାମିକ ବାସ ଏବଂ ସିଭିସି ଶବ୍ଦ କ୍ୟାନସଲେସନ ସହିତ ଉପଲବ୍ଧ ହେବ । ୯ ଘଣ୍ଟାର ବ୍ୟାଟେରୀ ଲାଇଫ ସହିତ ଏହା ମଧ୍ୟରେ ଆଇପିଏକ୍ସ୪ର ବୈଶିଷ୍ଟ୍ୟ ସାର୍ଟିଫିକେସନ ରହିଛି । ଏହାର ଅର୍ଥ ଏହା ଫ୍ଲାସ ଏବଂ ସ୍ୱେଟ ପ୍ରୁଫ୍ । ବକ୍ସରେ ଛଅଟି ଯୋଡିର ସିଲିକନ ଏୟାରପ୍ଲଗ ବୈ÷ଶିଷ୍ଟ୍ୟ ଯୁକ୍ତ ଏବଂ ଗୁଗୁଲ ଆସିଷ୍ଟାଣ୍ଟର ସମର୍ଥନ ପ୍ରାପ୍ତ ଏହି ଏମଆଇ ସ୍ପୋର୍ଟସ ବ୍ଲ୍ୟୁଟୁଥ ଇଅର୍ଫୋନ ବେସିକ ପ୍ରାୟ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଆରାମଦାୟକ । ରେଡମି ନୋଟ ୭ ପ୍ରୋରେ ଶକ୍ତିଶାଳୀ ୪୮ଏମ୍ପି କ୍ୟାମେରା ସହିତ କ୍ୱାଲକମ ସ୍ନାପଡ୍ରାଗନ ୬୭୫ ବୈଶିଷ୍ଟ୍ୟ ରହିଥିବା ବେଳେ ଏଥିରେ ଆକର୍ଷଣୀୟ ଅଉରା ଡିଜାଇନ ରହିଛି ।


