୧୦ ଦିନ ଜ୍ୱରରେ ପୀଡିତ ବ୍ୟକ୍ତି ସ୍ୱାବ ନମୁନା ଦେଇ ଘରକୁ ଫେରିବା ରାସ୍ତାରେ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୧୦ଦିନ ଧରି ଜ୍ୱରରେ ପୀଡିତ ବ୍ୟକ୍ତି କରୋନା ସନ୍ଦେହରେ ସ୍ୱବ ପରୀକ୍ଷା ପାଇଁ ନମୁନା ଦେଇ ଘରକୁ ଫେରୁଥିବା ବେଳେ ଅଧା ରାସ୍ତାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଘଟଣାରୁ ପ୍ରକାଶ,ଗତକାଲି ଗଜପତି ଜିଲ୍ଲା ରାୟଗଡ ବ୍ଲକ ନାରାୟଣପୁର ଗ୍ରାମର ଜଣେ ୫୦ବର୍ଷୀୟ ବ୍ୟକ୍ତି କୋଭିଡ ଟେଷ୍ଟ ପାଇଁ ମେଡିକାଲରେ ସ୍ୱାବ ନମୁନା ଦେବାକୁ ଯାଇଥିଲେ । ସେ ଘରକୁ ଫେରିବା ବେଳେ ତାଙ୍କର ରାସ୍ତାରେ ମୃତ୍ୟୁ ଘଟିଥିଲା । ଏଠାରେ ସୁଚନା ଯୋଗ୍ୟ ନାରାୟଣପୁର ଗ୍ରାମର ଏହି ୫୦ବର୍ଷୀୟ ବ୍ୟକ୍ତି ପ୍ରାୟ ଗତ୧୦ ଦିନ ହେବ ଜ୍ୱରରେ ପୀଡିତ ଥିଲେ । ସ୍ୱାସ୍ଥ୍ୟ ଟିମ୍ ତାଙ୍କର ମ୍ୟାଲେରିୟା ପରୀକ୍ଷା କରିଥିଲେ ମଧ୍ୟ ତାହା ନେଗେଟିଭ୍ ବାହାରିଥିଲା । ନାରାୟଣପୁର ଗ୍ରାମ କଣ୍ଟେନମେଣ୍ଟ ଘୋଷଣା ହେବା ପରେ ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତାଙ୍କର କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ସୁପାରିଶ କରାଯାଇଥିଲା । ସେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ମେଡିକାଲରେ ଦେବାକୁ ଯାଇ ଫେରିବା ବେଳେ ତାଙ୍କର ରାସ୍ତାରେ ମୃତ୍ୟୁ ଘଟିଥିଲା । ମୃତ ଶବକୁ ଘରକୁ ଆଣି କିଛି ଲୋକଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଥିବା ଜଣାଯାଇଛି ।


