କେନ୍ଦ୍ରାପଡା ଟେଲର ଶ୍ରମିକ ସଙ୍ଘ ସଭାପତିଙ୍କ ଦ୍ୱାରା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମାସ୍କ ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟେଲର ଶ୍ରମିକ ସଙ୍ଘ ସଭାପତି ତଥା ମଢିଆଳବଜାରର ଟପ ଷ୍ଟାଇଲ ଟେଲରର୍ସର ମାଲିକ ସେକ ମୁନିରୁଦ୍ଦିନ(ମୁନା) ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କୁ ୫ଶହ ମାସ୍କ ଓ ସାନିଟାଇଜର ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ନିଜେ ବହୁ ଅସୁବିଧା ଭିତରେ ଚଳୁଥିବା ବେଳେ ନିଜର ସାମାଜିକ ପ୍ରତିବଦ୍ଧତାକୁ ମନେପକାଇଛନ୍ତି ଟେଲର ମୁନା । ସମାଜ ପାଇଁ କିଛି କରିବା ଉଦେଶ୍ୟରେ ମୁନା ନିଜେ ଜଣେ ଟେଲର ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବାରୁ ଦୋକାନ କାର୍ଯ୍ୟ ସରିବା ପରେ ନିଜେ ତିଆରି କରିଥିବା ମାସ୍କ ଓ ବଜାରରୁ କିଣିଥିବା ସାନିଟାଇଜର ଆଜି ପ୍ରଦାନ କରିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ । ଟେଲର ମୁନାଙ୍କ ସହିତ ଅନ୍ୟଜଣେ ଟେଲର ଜୟନ୍ତୀ ସିଂ ମଧ୍ୟ ଉପସ୍ଥିତ ଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମାସ୍କ ଏବଂ ସାନିଟାଇଜର ପ୍ରଦାନ ସମୟରେ ।