ଦ୍ବିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହେଲେ ବ୍ରାଜିଲ ରାଷ୍ଟ୍ରପତି
ବ୍ରାସିଲିଆ: ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍ ବଲ୍ସୋନାରୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଛି ବୋଲି ବୁଧବାର ଦିନ ସେ ବ୍ରାସିଲିଆରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଗତ ସପ୍ତାହରେ ମଧ୍ୟ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ, ସେ ସଂକ୍ରମଣରୁ ଆରୋଗ୍ୟ ହୋଇ ନ ଥିବା କଥା କହିଛନ୍ତି। ଭୂତାଣୁ ଦ୍ବାରା ସଂକ୍ରମିତ ହେଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଯଦି ସେ ଏ ସପ୍ତାହରେ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସେ ସେ ସ୍ବାଭାବିକ ଭାବେ ତାଙ୍କ କାମରେ ଲାଗିଯିବେ। ଆଉ ଅଳ୍ପ ଦିନ ପରେ ସେ ପୁଣି ଥରେ ପରୀକ୍ଷା କରାଇବେ ବୋଲି କହିଛନ୍ତି।