ନିମପଦର ଗ୍ରାମରେ ପାନୀୟ ଜଳ ଯୋଗାଣର ଅବ୍ୟବସ୍ଥା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ନିମପଦର ଗ୍ରାମରେ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ କରକମଳରେ ୨୦/୧୧/୨୦୧୧ ମସିହାରେ ଉଦ୍ଘାଟନ ହୋଇଥିଲା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ । ଏହା ପରଠାରୁ କୌଣସି ପ୍ରଶାସନଙ୍କ ନଜର ନ ପଡିବାରୁ ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ ଅବହେଳିତ ହୋଇ ରହିଛି । ଗ୍ରାମ ବାସିନ୍ଦା ଙ୍କ କହିବା ଅନୁଯାୟୀ : ପାନୀୟ ଜଳ ରେ ମାଟି ବାହାରିବା ସହ ବାହାରୁଛି ପୋକ । ଏହି ବିଷୟ ରେ ବାରମ୍ବାର ସରପଞ୍ଚ ଙ୍କୁ ଅଭିଯୋଗ କରିବା ପରେ ମଧ୍ଯ କୌଣସି ସୁଫଳ ମିଳିପାରୁନି। ପାଣି ଟାଙ୍କି ର ଚତୁଃପାର୍ଶ୍ଵରେ ଘାସ ମାଳିଥିବା କାରଣରୁ ବିଷାକ୍ତ ଜୀବଜନ୍ତୁ ବାହାରୁଛନ୍ତି । ପମ୍ପ ହାଉସ୍ ଥିବା ସ୍ଥାନକୁ ସଫା କରିବା , ପାଚେରୀ ନିର୍ମାଣ ସହ ଗେଟ୍ ର ବ୍ୟବସ୍ଥା କରିବା । ପାନୀୟ ଜଳ କୁ ବିଶୁଦ୍ଧ କରିବା ପାଇ ଗ୍ରାମ ବାସିନ୍ଦା ଅଭିଯୋଗ କରିଛନ୍ତି ।ଏହାର ଯଦି ତୁରନ୍ତ ପଦକ୍ଷେପ ଗ୍ରହଣ ନ କରାଯାଏ । ଆଗାମୀ ଦିନରେ ଗ୍ରାମ ବାସିନ୍ଦା ରାସ୍ତା କୁ ଓହ୍ଲାଇବାକୁ ବାଧ୍ଯ ହେବେ କହିଛନ୍ତି । ଏଥିସହ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଏକ ପ୍ରତିମୂର୍ତ୍ତି । ଜାହାକି ୧୯୬୯ ମସିହାରେ ଏସ୍‌ଡ଼ିପିଓ ଶ୍ରୀଯୁକ୍ତ ପର୍ଶୁରାମ ବ୍ରହ୍ମାଙ୍କ କରକମଳରେ ଉଦ୍ଘାଟନ ହୋଇଥିଲା । ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । ଏଥିପ୍ରତି ବି ପ୍ରଶାସନର ନଜର ଦିଆଯାଉବୋଲି ଦାବି କରିଛନ୍ତି ନିମପଦର ଗ୍ରାମ ବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ