ଦିଗପହଣ୍ଡି ପୂର୍ତ୍ତ ବିଭାଗ କର୍ମଚାରୀ ଙ୍କ କରୋନା ରେ ମୃତ୍ୟୁ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସହର ନୂଆସାହି ବାସିନ୍ଦା ତଥା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ର କର୍ମଚାରୀ କୃଷ୍ଣ ପ୍ରସାଦ ରଥ (୫୩)କରାେନା ରେ ସଂକ୍ରମିତ ହୋଇ ଶୁକ୍ରବାର ସନ୍ଧ୍ୟା ରେ ମୃତ୍ୟୁ ବରଣ କରିଛନ୍ତି।ସେ ଗତ କିଛିଦିନ ହେଲା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ଦିଗପହଣ୍ଡି ର ଖବରଦାତା ହରପ୍ରସାଦ ରଥ ଙ୍କ ବଡ଼ଭାଇ କୃଷ୍ଣ ଚନ୍ଦ୍ର ଦୀର୍ଘ ଦିନ ହେଲା ପୋଡ଼ାମାରି ପୂର୍ତ୍ତ ବିଭାଗ ସେକ୍ସନ କାର୍ଯ୍ୟାଳୟ ରେ କାମ କରୁଥିଲେ।


