ବିଶିଷ୍ଟ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟୀଙ୍କ ଦେହାନ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡାର ବିଶିଷ୍ଟ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟୀ ୟୁ ରାଜେଶ କୁମାର ପାତ୍ର (୫୦)ଙ୍କ ଶୁକ୍ରବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି। ବୁଗୁଡା ସହରର ଜଣାଶୁଣା ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ସଂସ୍ଥା ” ବୈକୁଣ୍ଠ ଜୁଏଲରସ ” ର ମାଲିକ ତଥା ସ୍ବର୍ଗତ ୟୁ ବୈକୁଣ୍ଠ ପାତ୍ରଙ୍କ ପୁତ୍ର ରାଜେଶ ସ୍ନାୟୁ ରୋଗରେ ପୀଡିତ ହୋଇ ଭୁବନେଶ୍ୱରରେ ଧାରାବାହିକ ଯାଇ ଚିକିତ୍ସା ହୋଇ ଆସୁଥିଲେ। ବର୍ତ୍ତମାନ କରୋନା ସଙ୍କଟ ଯୋଗୁଁ ଚିକିତ୍ସା ପାଇଁ ଭୁବନେଶ୍ବର ଯାଇପାରି ନଥିଲେ।ଗତକାଲି ଅବସ୍ଥା ଗୁରୁତର ହେବାରୁ ପୋଲସରା ମେଡିକାଲକୁ ନେଇ ଚିକିତ୍ସା କରି ଆଣିଥିଲେ। ହେଲେ ଅପରାହ୍ନରେ ଘରେ ଥିବାବେଳେ ହତାତ୍ ପ୍ରାଣବାୟୁ ଚାଲିଯାଇଥିଲା। ସ୍ବର୍ଗତ ରାଜେଶଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି। ସ୍ବର୍ଗତ ରାଜେଶ ଜଣେ ସରଳ ପ୍ରକୃତିର ମେଳାପୀ ବ୍ୟକ୍ତି ଥିଲେ। ରାଜେଶଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ