ମାନସିକବିକୃତ୍ତ ମହିଳାଙ୍କ ସୁନା ଚୋରି
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କରୋନା ମହାମାରୀ ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଏବେ ସବୁ ସହର ଲକଡାଉନ ରେ ରହିଛି ସହରରେ ବୁଲୁଥିବା ପଶୁ ଙ୍କ ଠାରୁ ମାନସିକ ବିକୃତ ମଣିଷଙ୍କ ଅବସ୍ଥା ଶୋଚନୀୟ ହୋଇପଡିଲାଣି ଖାଇବାକୁ ନପାଇ ଏବେ ଏଣେତେଣେ ବୁଲୁଛନ୍ତି ଆଜି ଗଂଜାମ ଜିଲ୍ଲ ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ସହରରେ ବୁଲୁଥିବା ଜଣେ ମାନସିକ ବିକୃତ ମହିଳା ଗାମୁଣ୍ଡି ଗ୍ରାମକୁ ଆସି ଧୂଆଁଛାଇ ର ଖଦାଳ ପ୍ରଧାନ ଙ୍କ ପାଖରେ ବସି ତାଙ୍କ ପାଖରୁ ସିଗାରେଟ ମାଗି ପିଇବା ପରେ ତାଙ୍କର ଆଂଗୁଠିରୁ ଏକ ସୁନା ମୁଦି ଧରି ଚମ୍ପଟ ମାରିଥିଲେ ଏହି ଖବର ପାଇ ଯୁବକ ମାନେ ଗୋଡ଼ାଇଥିଲେ ମହିଳାଙ୍କୁ କାବୁକରି ଧରିଥିବା ବୁଜୁଳାକୁ ଯାଞ୍ଚ କରିଥିଲେ ସେଥିରୁ ସୁନା ମୁଦିଟି ମିଳିନଥିଲା କିନ୍ତୁ ମାନସିକ ବିକୃତ ମହିଳା ଜଣକ ପାଟିରେ ମୁଦିଟିକୁ ଲୁଚାଇ ରଖିଥିଲେ କୌଣସି ମତେ ଯୁବକ ମାନେ ଜାଣିପାରିବ ମହିଳା ଜଣକୁ ପାଟି ଖୋଲିବାକୁ କହିଥିଲେ ତାପରେ ମହିଳାଙ୍କ ପାଟିରୁ ବାହାରିଥିଲା ସୁନାମୁଦୀ ଘଟଣାଟି ହାସ୍ୟସ୍ପଦ ଲାଗୁଥିଲେ ମଧ୍ୟ ସତ ତା ପରେ ଯୁବକ ମାନେ ମାନସିକ ବିକୃତ ମହିଳା କୁ ଗ୍ରାମରୁ ତଡ଼ିଥିବା ଦେଖିବାକୁ ମିଳିଥିଲା


