କରୋନା କରୁଛି କଲବଲ, ଦୁଃଖରେ ବିତୁଛି ଗରିବଙ୍କ ଜୀବନ ଜୀବିକା
କୋଦଳା, (ଗୁଲସନ୍ କୁମାର କର):ବିଶ୍ୱ ମହାମାରୀ କରୋନା ସଂକ୍ରମଣ ପ୍ରଭାବ ସାରା ରାଜ୍ୟରେ ପଡିଛି l ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି l ଯାହା ଦ୍ୱାରା ଲୋକଙ୍କ ଚିନ୍ତା ବଢିବାକୁ ଲାଗିଛି l ଯେଉଁଥି ପାଇଁ ଗରିବ ଓ ମଧ୍ୟବିର୍ତ୍ତ ପରିବାରଙ୍କ ଅସୁବିଧା ବଢିଚାଲିଛି l ପରିବାର ଭରଣ ପୋଷଣ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି l ଗରିବ, ମଧ୍ୟବିର୍ତ୍ତ ବ୍ୟକ୍ତି ନିଜକୁ ପରିବାର ଚଳେଇବାରେ ଅସମର୍ଥ ମନେ କରୁଛି l ବିଦେଶ ଫେରନ୍ତା ନିଜ ଭିଟାମାଟିକୁ ଫେରି ପରିବାର ଚଲେଇବା ପାଇଁ ଅର୍ଥ ଅଭାବରୁ ବଞ୍ଚିତ ହୋଇଛନ୍ତି l ଏଭଳି ଦୁଃଖ ଦୁର୍ଦଶା ଦେଖିବାକୁ ମିଳିଛି ଓଡିଶା ରାଜ୍ୟର ଗଞ୍ଜାମ ଜିଲ୍ଲାରେ l ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି l କେତେକ କରୋନା ପଜିଟିଭ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରୁଛନ୍ତି l ଏହି ପରିପେକ୍ଷିରେ ଗରିବ ପରିବାରଙ୍କ ଅର୍ଥ ସଞ୍ଚୟ ଚିନ୍ତା ଘାରିଛି l ଫଳରେ ଅର୍ଥନୀତି ଏକବାର ଭୁଶୁଡି ଯାଇଛି l ଏପରି ସ୍ଥଳେ ଜିଲ୍ଲା ପ୍ରଶାସନ ତୁହାକୁ ତୁହା ସ୍ୱାସ୍ଥ୍ୟ ଯାଞ୍ଚ କରି ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ଜୀବିକା ଉପରେ ତିଳେ ହେଲେ ନଜର ନାହିଁ l ଜୀବିକା ଥିଲେ ଯେ ଜୀବିନ ବଞ୍ଚିବ ଏ କଥାକୁ ପ୍ରଶାସନର ଗୁରୁତ୍ୱ ନାହିଁ l ଗରିବ ଓ ମଧ୍ୟବିର୍ତ୍ତ ପରିବାରଙ୍କ ଦୋୖନିକ ରୋଜଗାର ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି l କରୋନା ଦାଉରୁ କେଉଁଭଳି ରକ୍ଷା ପାଇବା ପ୍ରଶାସନ ଚିନ୍ତା କରୁଛି ସତ କିନ୍ତୁ ଗରିବ ବ୍ୟକ୍ତିଟିଏ କାମଧନ୍ଦା ଅଭାବରୁ କେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ସରକାର ଦୃଷ୍ଟି ଦିଅନ୍ତୁ l କରୋନା ପାଇଁ ଯେଉଁ ଭଳି ଭାବେ କଟକଣା ହେଉଛି ତାହା ଗରିବ, ଖଟିଖିଆ ଓ ମଧ୍ୟବିର୍ତ୍ତ ପରିବାରଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଏପଟେ ଅଞ୍ଚଳରେ ପରିବା ଦର ଅଧିକ ଟଙ୍କାରେ ବିକ୍ରି ହେଉଛି l ଯାହାଦ୍ୱାରା ଲୋକେ କିଣିବା ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି l କରୋନା ଠାରୁ ଭୟଙ୍କର ଲୋକଙ୍କ ଜୀବିକା l ଲକ ଡାଉନ, ସଟ ଡାଉନରେ ଗରିବ ଲୋକେ ପରିବାର ଚଳେଇବା ବହୁତ ମୁସ୍କିଲ ହୋଇପଡିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l


