ନିସହାୟ କର୍କଟଆକ୍ରାନ୍ତ ବିଧବା କୁନିକୁ ସହାୟତା ଯୋଗାଇଦେବାକୁ ନିବେଦନ
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ); କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଭାରତପୁର ସାମିଲ ହରିଡାଦଣ୍ଡା ଗ୍ରାମର ସୂର୍ଗତ ଗଙ୍ଗାଧର ମଳିକଙ୍କ ପତ୍ନୀ କୁନି ମଳିକ କର୍କଟ ରୋଗରେ ପିଡିତ । ନିସହାୟ ବିଧବା କୁନି କର୍କଟ ରୋଗର ଚିକିତ୍ସା ନିମନ୍ତେ କଟକସ୍ଥିତ କ୍ୟାନସର ହସପିଟାଲକୁ ଯାଇଥିଲେବି କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ତାଙ୍କୁ କୈାଣସି ଡାକ୍ତରି ଚିକିତ୍ସା ମିଳିପାରିଲାନାହିଁ । ନିରାଶ୍ରୟ ଓ ନିସହାୟ କୁନି ବାଧ୍ୟହୋଇ ବିନା ଚିକିତ୍ସାରେ ଘରକୁ ଫେରିଲେ । ଗ୍ରାମରେ ମଧ୍ୟ ତାଙ୍କୁ ସାହାଯ୍ୟ ମିଳୁନାହିଁ । କରୋନା ଭୟରେ କେହି ତାଙ୍କ ପାଖକୁ ଯିବାକୁ ଉଚିତ ମଣୁନାହାନ୍ତି । ୩ଟି ପୁଅଙ୍କ ମଧ୍ୟରୁ ୧୪ବର୍ଷର ବଡ ପୁଅଟି ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ଅନ୍ୟ ୨ଟି ୧୨ବର୍ଷର ଓ ୯ବର୍ଷର ପୁଅ ଅଛନ୍ତି । କରୋନା ମହାମାରୀ ସମୟରେ ଏହି ଦୁସ୍ଥ ପରିବାରଟିକୁ ଚଳାଇବା ପାଇଁ କୁନିଙ୍କ ପାଖରେ ଅନ୍ୟ କୈାଣସି ଉପାୟ ନଥିବାରୁ ତାଙ୍କୁ ସହାୟତା ଯୋଗାଇଦେବାର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ସହୃଦୟ ବ୍ୟକ୍ତିବିଶେଷମାନେ ନିସହାୟ ଓ ନିରାଶ୍ରୟ କୁନିଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ପୂର୍ବତନ ସରପଂଚ ପ୍ରସନ୍ନ କୁମାର ମଳିକ ନିବେଦନ କରିଛନ୍ତି ।


