ପୁରୁଣା ଜନତାଦଳ ବରିଷ୍ଠକର୍ମୀଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) ;ପୁରୁଣା ଜନତାଦଳର ବରିଷ୍ଠ କର୍ମୀ କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୫ନମ୍ବର ୱାର୍ଡ ବଡହାଟ କ୍ୟୁରେସିମହଲାର ସେକ ଜଇନୁଲ(କାଲିଚାଚା)ଙ୍କର ୮୦ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସୂର୍ଗତ ଜଇନୁଲ ବିଜୁବାବୁଙ୍କ ଅତ୍ୟନ୍ତ ଅନୁଗତ ରହିବା ସହ ଜନତାଦଳରେ କାମକରିଥିଲେ । ସେ ଜଣେ ମିଷ୍ଠଭାଷୀ ଓ ଆମାୟିକ ବ୍ୟକ୍ତି ଥିଲେ । ତାଙ୍କ ପତ୍ନୀ ଜୟଦା ବିବିଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ଇନାୟତ(ଚନ୍ଦନ),ବିଜେଡି ଯୁବ ସଭାପତି ରାଜେଶ ପଣ୍ଡା,ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ପୂର୍ବତନ କାଉନସିଲର ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ମୁକ୍ତାର ଖାଁ, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ସେକ ବଦ୍ଦିରୁଦ୍ଦିନ, ବିଜେଡି ନେତା ଶୈଳେନ୍ଦ୍ର ନାରାୟଣ ଦାସ, ସେକ ଗୋଫ୍ରାନ, ରକିବୁର ରହେମାନ ପ୍ରମୁଖ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ ।