କାୟାବିସ୍ତାର କରିଚାଲିଛି କୋରୋନା ଏଲ୍ଆଣ୍ଡଟିକୁ କଳା ତାଲିକାଭୁକ୍ତ କରିବାକୁ ଦାବୀ
ପାରାଦ୍ୱୀପ, (ପୀତବାସ ପ୍ରଧାନ) : କୋରୋନା ମୁକ୍ତ ପାରାଦ୍ୱୀପ ସହରରେ ଏବେ କୋରୋନା ତାର କାୟା ବିସ୍ତାର କରିଚାଲିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋରୋନା ସଂକ୍ରମିତ ରାଜ୍ୟ ମାନଙ୍କରୁ ଶ୍ରମିକ ମାନଙ୍କୁ ପାରାଦ୍ୱୀପ ଆଣି ଏଠାରେ କୋରୋନା ସଂକ୍ରମଣ କରାଇବାରେ ପ୍ରମୁଖ ଭୂମୀକା ଗ୍ରହଣ କରିଛି ପାରାଦ୍ୱୀପ ରିଫାଇନାରୀ ରେ ଠିକା ସଂସ୍ଥା ଏଲ୍ଆଣ୍ଡଟି ବୋଲି ଅଭିଯୋଗ କରିଛି ପାରାଦ୍ୱୀପ ବିଜୁ ଜନତା ଦଳ । ଏହି ସଂସ୍ଥା ପ୍ରଥମେ ନିକଟସ୍ଥ ଗାଁ ମାନଙ୍କରେ ଏହି ଶ୍ରମିକ ମାନଙ୍କୁ ରଖିବାରୁ ସେଠାରେ ବିରୋଧର ଶୀକାର ହୋଇଥିଲା । ଚତୁରତାର ସହ ଏହି ସଂସ୍ଥା ପୋସ୍କୋ ବିଲ୍ଡିଂରେ ଶ୍ରମିକ ମାନଙ୍କୁ ନେଇ ରଖିଛି । ଯାହାକୁ ବିରୋଧ କରି ପାରାଦ୍ୱୀପ ବିଜୁ ଜନତା ଦଳ ଯୁଦ୍ଧଂଦେହୀ ଡାକରା ଦେଇଛି । ଗତ ୧୫ ତାରିଖରେ ପାରାଦ୍ୱୀପରୁ ୫ଜଣ, ୧୬ତାରିଖରେ ୩ଜଣ, ୧୭ତାରିଖରେ ୬ଜଣ, ୧୮ତାରିଖରେ ୧୮ଜଣ ଓ ୧୯ ତାରିଖରେ ୧୯ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୧୯ତାରିଖ ସଂନ୍ଧ୍ୟାରେ ପାରାଦ୍ୱୀପ ସହରର ମୁଖ୍ୟ ମାର୍କେଟ ବା କେନ୍ଦ୍ରସ୍ଥଳ ବଡପଡିଆ ମାର୍କେଟ ପାଖରେ ଥିବା ହେଟେଲ ଆରିଷ୍ଟୋକ୍ରାଟ୍ ରୁ ୧୫ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାରାଦ୍ୱୀପ ଓ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପାରାଦ୍ୱୀପ ସହରକୁ କୋରୋନା ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବିଜେଡି ନଗର ସଭାପତି ବସନ୍ତ ବିଶ୍ୱାଳ ଘଟଣାକୁ ନାପସନ୍ଦ କରିଛନ୍ତି । ସହରର କେନ୍ଦ୍ରସ୍ଥଳରେ କୋରୋନା ଆକ୍ରାନ୍ତଙ୍କୁ ରଖିଥିବା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବୀ କରିଛନ୍ତି । ରବିବାର ରାତିରେ ହେଟେଲ ଆରିଷ୍ଟୋକ୍ରାଟ୍ରୁ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସହରରେ ଭୟର ବାତାବରଣ ଖେଳିଯାଇଛି । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଉକ୍ତ ହୋଟେଲକୁ ସିଲ୍ କରାଯାଇଛି । ଅପର ପକ୍ଷରେ କୋରୋନାର ବାହାକ ଏଲ୍ଆଣ୍ଡଟି କୁ କଳା ତାଲିକାମୁକ୍ତ କରିବାକୁ ନଗର ବିଜେଡି ସଭାପତି ଶ୍ରୀ ବିଶ୍ୱାଳ ଦାବୀ କରିଛନ୍ତି । ତେବେ ବିଜେଡି ଦଳ ଓ ଏହାର ସଭାପତି ବସନ୍ତ ବିଶ୍ୱାଳଙ୍କ ଏପରି ଜନହୀତକର କାର୍ଯ୍ୟକୁ ସହରବାସୀ ବେସ୍ ପ୍ରସଂଶା କରିଛନ୍ତି ।