ଗୋପବାବୁ ଜଣେ ଭଲ ମଣିଷ ଥିଲେ

ଭୁବନେଶ୍ୱର , ରାମରାଜ୍ୟ ପରିଷଦର ଆଜୀବନ ସଦସ୍ୟ ତଥା ପୂର୍ବତନ ମୁଖ୍ୟଯନ୍ତ୍ରୀ ଗୋପବନ୍ଧୁ ରଥଙ୍କ ବିୟୋଗରେ ରାମରାଜ୍ୟପରିଷଦ ଓଡ଼ିଶା ଶାଖା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ବୁଦ୍ଧମନ୍ଦିର ପରିସରରେଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ପରଲୋକଗତ ଆତ୍ମାର ଶାନ୍ତି ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରୀରାମକୃଷ୍ଣ ଆଶ୍ରମ, କଳାହାଣ୍ଡିର ପ୍ରତିଷ୍ଠାତା ସ୍ୱାମୀ ବୈରାଗ୍ୟାନନ୍ଦ କହିଲେ ଯେ, ଗୋପବନ୍ଧୁ ବାବୁ ଜଣେ ଭଲମଣିଷ ଥିଲେ । ସରକାରୀ ·କିରୀରେ ଥାଇ ମଧ୍ୟ ସେ ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ସଦା ତତ୍ପରଥିଲେ । କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ମୃତ୍ୟୁ ଯେ ଚିରନ୍ତନ ସତ୍ୟକିନ୍ତୁ ଗୋପବନ୍ଧୁ ବାବୁଙ୍କ ମୃତ୍ୟୁ ସାଧୁସନ୍ଥଙ୍କ ଭଳି ଏକ ବିରଳ ମୃତ୍ୟୁ । ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟରପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର ଗୋପ ବାବୁଙ୍କୁ ଜଣେ ଆଦର୍ଶ ମଣିଷ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧମନ୍ଦିର ପରି·ଳନା କମିଟିର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର,ବିଜୁ ପଟ୍ଟନାୟକ କମ୍ପୁଟର ଏକାଡ଼େମୀର ଅଧ୍ୟକ୍ଷ ସୀତାବଲ୍ଲଭ ମହାପାତ୍ର, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ,ସମାଜସେବୀ ପାରେଶ୍ୱର ଖଣ୍ଡାଏତରାୟ, ବାସ୍ତୁବିତ୍ ଡଃ ମନୋଜ ଲେଙ୍କା, ଦେବୀ ପ୍ରସାଦ ମଲ୍ଲିକ, ଯୋଗଗୁରୁନାରାୟଣ ଚନ୍ଦ୍ର ନନ୍ଦ କହିଲେ ଯେ, ଇଞ୍ଜିନିୟର ରଥ ମଣିଷକୁ କେବଳ ଭଲ ପାଉନଥିଲେ, ଜଣେ ଭଲ ବନ୍ଧୁଥିଲେ ବୋଲି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେସମସ୍ତେ ସାମୂହିକ ଦୀପଦାନ କରି ପରଲୋକଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ