ଜିଲ୍ଲା ପ୍ରଶାସନ ପକ୍ଷରୁ “ମୋ ନିବେଦନ” କାର୍ଯ୍ୟକ୍ରମ ଆରମ୍ଭ
ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଅଗଷ୍ଟ କ୍ରାନ୍ତୀ ଦିବସ ଅବସରରେ ପଞ୍ଚାୟତସ୍ତରୀୟ “ମୋ ନିବେଦନ” ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରିବା ସହ ସେଗୁଡିକର ସ୍ଥାୟୀ ସମାଧାନ କରାଯିବା ଲକ୍ଷ୍ୟ ରଖାଯାଇଛି । ଏହାର ପରବର୍ତ୍ତୀ ଶୁଣାଣୀ ପ୍ରତ୍ୟେକ ମାସର ଦ୍ୱିତୀୟ ଓ ଚତୁର୍ଥ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ବ୍ଲକର ଦୁଇଗୋଟି ପଞ୍ଚାୟତରେ ପୁର୍ବାହ୍ନ ଓ ଅପରାହ୍ନରେ କାର୍ଯ୍ୟକ୍ରମ ଜାରୀ ରହିବ । ଏଥିରେ ବ୍ଲକ ସ୍ତରୀୟ ଅଧିକାରୀ , ତହସିଲଦାର , ସ୍ଥାନୀୟ ପୋଲିସ, ବ୍ଲକ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କୃଷି ସଂପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।


