କୋରନା ନିୟମ କୁ ଫୁ କରି ତଣ୍ଡ ଗଣିଲେ ଦୋକାନୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା କଟକଣା କୁ ଫୁ କରି ବ୍ୟବସାୟ କରୁଥିବା ଭଞ୍ଜନଗର ବାଉଁଶଲୁଣ୍ଡି ର ସାଇରାମ ଜେନରାଲ ଦୋକାନ କୁ ତହସିଲଦାର ଆଲୋକ କୁମାର ପ୍ରଧାନ ଆଜି ମଧ୍ୟାହ୍ନରେ ପହଂଚି କଡା ତାଗିଦ କରିବା ସହ ତୁରନ୍ତ ବ୍ୟାରିକେଟ କରି ଲୋକ ମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ନିୟମ ନ ମାନି ବ୍ୟବସାୟ କରିବ ତେବେ ଆଗାମୀ ଦିନରେ ଦୋକାନକୁ ସମ୍ପୂର୍ଣ୍ଣ ସିଲ୍ କରିବାକୁ କଡା ତାଗିଦ କରିଥିଲେ। ତତ୍ ସହ ନିୟମ ଉଲଘଂନ କରିଥିବାରୁ ଉକ୍ତ ଦୋକାନ ମାଲିକ ଙ୍କ ଠାରୁ ୧୦୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ